ଜୁନାଗଡ଼ ବ୍ଲକ ନନ୍ଦୋଲ ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ
ଆଜି ଜୁନାଗଡ ବ୍ଲକ ଅନ୍ତର୍ଗତ ନନ୍ଦୋଲ ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ନାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ ବ୍ଲକ ଆଇସିଡିଏସ ସୁପଭାଇଜର ପୁଷ୍ପାଞ୍ଜଳି ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ଶ୍ୟାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଶିକ୍ଷା,ସୁରକ୍ଷା ଓ ଆତ୍ମ ନିର୍ଭରଶୀଳ ଉପରେ ଆଲୋଚନା କରିଥିଲେ।

ମହିଳା ମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ମୁଖ୍ୟ ଅତିଥି ବୁଝାଇଥିଲେ।
ଶକ୍ତି ସଦନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମରୁ ମହିଳା ମାନେ ଅନେକ ଶିକ୍ଷା ଲାଭ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ମହିଳା ମାନେ ଅନେକ ସୁବିଧା ସୁଯୋଗ ପାଇ ଆତ୍ମ ନିର୍ଭରଶୀଳ ହେବାର ଶିକ୍ଷା ଲାଭ କରି ପାରିଛନ୍ତି ବୋଲି ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ପ୍ରକାଶ କରିଥିଲେ।ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।କାର୍ଯ୍ୟାଳୟ ସହଯୋଗି ଦେବରାଜ ମହାନନ୍ଦ କାର୍ଯକ୍ରମ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
