September 2, 2026
Home » ତାଇକୋଣ୍ଡ ବିଜେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତାଇକୋଣ୍ଡ ବିଜେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
WhatsApp Image 2026-09-02 at 4.56.46 PM

ଆନ୍ଧ୍ରପ୍ରଦେଶ କାକିନାଡା ଠାରେ ୧୦ଟି ରାଜ୍ୟର ୬୦୦ ଖେଳାଳୀଙ୍କୁ ନେଇ ଅନୁଷ୍ଠିତ ଦୁଇଦିନିଆ ପ୍ରତିଯୋଗୀତାରେ ଓଡିଶାର କଳିଙ୍ଗ ଯୋଦ୍ଧା ତାଇକୋଣ୍ଡ ଏକାଡେମୀ ଟିମ୍ ୧୬ଟି ପଦକ ସହ ପାରଦର୍ଶିତା ହାସଲ କରିଛି। ଖେଲୋ ଇଣ୍ଡିଆରେ ମୋଦୀ ସରକାରଙ୍କ ପ୍ରୋତ୍ସାହନରେ ଏହି କ୍ରୀଡା ପ୍ରତିଯୋଗୀତାରେ ଓଡିଶାକୁ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୮ଟି ବ୍ରୋଞ୍ଚ ପଦକ ମିଳିଛି।

କଳିଙ୍ଗ ନାୟକଙ୍କ ନେତୃତ୍ୱରେ ଯାଇଥିବା ଖେଳାଳୀଙ୍କ ପ୍ରତ୍ୟାବର୍ତ୍ତନ ସହ ସ୍ଥାନୀୟ ରେଳଷ୍ଟେସନରେ ରାଜ୍ୟ ବିଜେପି ସଂଯୋଜକ ଶ୍ରୀ ଗୌତମ ବେହେରାଙ୍କ ସମେତ ଶତାଧିକ ବିଭିନ୍ନ ବର୍ଗର କ୍ରୀଡାପ୍ରେମୀ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

 

Epa news

Leave a Reply

Your email address will not be published. Required fields are marked *