ମନ୍ତ୍ରୀ ଶ୍ରୀ ରବି ନାଏକଙ୍କ ପୂଜ୍ୟ ମାତା ଶୁଭ ନାଏକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର,: ଓଡିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ରବି ନାଏକଙ୍କ ପୂଜ୍ୟ ମାତୃ ଶ୍ରୀମତୀ ଶୁଭ ନାଏକଙ୍କ ପରଲୋକ ଘଟିଛି । ସ୍ୱର୍ଗତଃ ନାଏକ ଜଣେ ଅତ୍ୟନ୍ତ ସ୍ନେହୀ, ମେଳାପୀ, ଧର୍ମପରାୟଣା ଓ ଦରଦୀ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ଓ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ନାଏକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ୱରରୁ ଭ୍ରମରବର ସାହୁଙ୍କ ରିପୋର୍ଟ
