September 5, 2026
Home » ସେପ୍ଟେମ୍ବର ୨୨ରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ

ସେପ୍ଟେମ୍ବର ୨୨ରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ

0
images (1)

ଭୁବନେଶ୍ୱର :ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବୋଲି ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୨୬ ଓ ୨୭ ତାରିଖ ସରକାରୀ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ । ସେହିପରି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହକାର୍ଯ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *