September 7, 2026
Home » ‘ଇନକ୍ସ୍ସିଭ୍ ଲଣ୍ଡିଂ ହବ୍ (ILH)ର ଶୁଭ ଉଦ୍‌ଘାଟନ

‘ଇନକ୍ସ୍ସିଭ୍ ଲଣ୍ଡିଂ ହବ୍ (ILH)ର ଶୁଭ ଉଦ୍‌ଘାଟନ

0
WhatsApp Image 2026-09-07 at 5.57.23 PM (1)

ବ୍ରହ୍ମପୁର, (ନରସିଂହ ଡାକୁଆ) : ଅନ୍ତର୍ଭୁକ୍ତିମୂଳକ ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସ୍ଥାପନ କରି ଦିଲ୍ଲୀ ପବ୍ଲିକ୍ ସିନିୟର ସେକେଣ୍ଡାରୀ ସ୍କୁଲ, ବ୍ରହ୍ମପୁରରେ ‘ଇନକ୍ସ୍ସିଭ୍ ଲଣ୍ଡିଂ ହବ୍ (ILH)ର ଶୁଭ ଉଦ୍‌ଘାଟନ ହୋଇଯାଇଛି | ଦିଲ୍ଲୀ ପବ୍ଲିକ୍ ସିନିୟର ସେକେଣ୍ଡାରୀ ସ୍କୁଲ ଏବଂ ଭୁବନେଶ୍ବର ସ୍ଥିତ ଟିମ୍ ‘ଆଜିଲିଟି’ (AGILITY)ର ମିଳିତ ସ‌ହ‌ଯୋଗରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

ପବିତ୍ର ଶିକ୍ଷକ ଦିବସ ଅବସରରେ ଏହି ‘ଇନକ୍ସସିଭ୍ ଲଣ୍ଡିଂ ହବ୍’ ର ଉଦ୍‌ଘାଟନ ଓଡ଼ିଶା ସରକାରଙ୍କ ମାନ୍ୟବର ପରିବହନ ଓ ବାଣିଜ୍ୟ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ସେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏମ୍ସ, ଭୁବନେଶ୍ବରର ପ୍ରଫେସର ତଥା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା.ପ୍ରଭାସ ରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥ୍ ଭାବେ ଉପସ୍ଥିତ ରହି ଏହି ଅବସରକୁ ଗୌରବାନ୍ବିତ କରିଥିଲେ Iଏହି ଉଦ୍‌ଘାଟନୀ ଉତ୍ସବରେ ଦିଲ୍ଲୀ ପବ୍ଲିକ୍ ସିନିୟର ସେକେଣ୍ଡାରୀ ସ୍କୁଲର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ I ସେମାନଙ୍କ ମଧ୍ୟରେ ଅଧ୍ଯକ୍ଷା ଶ୍ରୀମତୀ ଜେ, ଜୟଲକ୍ଷ୍ମୀ, ନିର୍ଦ୍ଦେଶିକା ଡା. ଜେ. ଶ୍ରୁତି, ନିର୍ଦ୍ଦେଶକ ଡା. ସୁନୀଲ କୁମାର କୋଟା ଏବଂ ପ୍ରଧାନଶିକ୍ଷକ ଶ୍ରୀ ବୈକୁଣ୍ଠ ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଟିମ୍ ‘ଆଜିଲିଟି’ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଯୁଗଳ ଡା.ପ୍ରବୀର କୁମାର ସେନାପତି ଏବଂ ଡା. ପ୍ରୀତି ସ୍ନିଗ୍ଧା ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

 

ମୁଖ୍ୟ ଅତିଥ୍ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘ଇନକ୍ସ୍ସିଭ୍ ଲଣ୍ଡିଂ ହବ୍ ର ଲକ୍ଷ୍ୟ ହେଉଛି ଏପରି ଏକ ସ୍ନେହଶୀଳ ଓ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା, ଯେଉଁଠାରେ ପ୍ରତ୍ୟେକ ଶିଶୁ ତାଙ୍କର ଦକ୍ଷତା ତଥା ସାମର୍ଥ୍ୟ ନିର୍ବିଶେଷରେ ସମ୍ମାନର ସହିତ ଶିକ୍ଷା, ବିକାଶ ଏବଂ ଆଗକୁ ବଢ଼ିବାର ସମାନ ସୁଯୋଗ ପାଇପାରିବେ ଏବଂ ନିଜର ସମ୍ଭାବନାକୁ ସାକାର କରିପାରିବେ । ସେ ଦକ୍ଷିଣ ଓଡ଼ିଶାରେ ଏପରି ଏକ ଅଭିନବ ପଦକ୍ଷେପ ନେଇଥିବାରୁ ଡିପିଏସ୍ଏସ୍ଏସ୍, ବ୍ରହ୍ମପୁରର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ | ଡା. ପ୍ରଭାସ ରଞ୍ଜନ ତ୍ରିପାଠୀ କହିଥିଲେ ଯେ, ସ୍ବତନ୍ତ୍ର ଆବଶ୍ୟକତା ସମ୍ପନ୍ନ ଶିଶୁମାନଙ୍କ ଆବଶ୍ୟକ‌ତା ପୂରଣ ଦିଗରେ ସହାନୁଭୂତିଶୀଳ ଓ ମାନବିକ ପଦକ୍ଷେପର ଆଜିର ସମାଜରେ ଅତ୍ୟନ୍ତ ଆବଶ୍ୟକ‌ତା ରହିଛି । ଏଭଳି ଏକ ମାନବିକ ଉଦ୍ଦେଶ୍ୟ ପାଇଁ ହାତ ମିଳାଇଥିବା ଡିପିଏସ୍ଏସ୍ଏସ୍, ବ୍ରହ୍ମପୁର ଏବଂ ଟିମ୍ ‘ଆଜିଲିଟି’ ର ପରିଚାଳନା ମଣ୍ଡଳୀ ଓ କର୍ମଚାରୀମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଦକ୍ଷିଣ ଓଡ଼ିଶାର ଆବଶ୍ୟକତାସମ୍ପନ୍ନ ପରିବାରମାନଙ୍କ ପାଇଁ ଏଭଳି ଏକ ସୁନ୍ଦର ସୁଯୋଗ ସୃଷ୍ଟି କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ

Leave a Reply

Your email address will not be published. Required fields are marked *