September 10, 2026
Home » ୪୧ ତମ ଚକ୍ଷୁଦାନ ପକ୍ଷ ପାଳନର. ଅନ୍ତିମ ଦିନରେ ଗୋବିନ୍ଦ ବିହାର ଠାରେ ସଚେତନତା କାର୍ଯ୍ୟକ୍ରମ*I

୪୧ ତମ ଚକ୍ଷୁଦାନ ପକ୍ଷ ପାଳନର. ଅନ୍ତିମ ଦିନରେ ଗୋବିନ୍ଦ ବିହାର ଠାରେ ସଚେତନତା କାର୍ଯ୍ୟକ୍ରମ*I

0
WhatsApp Image 2026-09-10 at 1.34.07 PM

ବ୍ରହ୍ମପୁର , : (ନରସିଂହ ଡାକୁଆ) ସ୍ୱାସ୍ଥ୍ୟ, ଶିକ୍ଷା ,ପରିବେଶ କ୍ଷେତ୍ରରେ ନିୟୋଜିତ ଏକ ପ୍ରମୁଖ ସ୍ଵେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ୪୧ ତମ ଚକ୍ଷୁଦାନ ପକ୍ଷ ପାଳନର ଉଦଯାପନୀ ଦିବସରେ ଗୋବିନ୍ଦ ବିହାର ଠାରେ ପଥପ୍ରାନ୍ତ ସଭା କରାଯାଇ ଚକ୍ଷୁଦାନ ବିଷୟରେ ସଚେତନତା କାର୍ଯ୍ୟକ୍ରମ ରୁବୀ ଚକ୍ଷୁ ଡାକ୍ତର ଖାନାର ସହଯୋଗରେ କରାଯାଇଛି l ପ୍ରଥମେ କେ.ନନ୍ଦେଶୁ ସେନାପତି ଦାନ ମଧ୍ୟରେ ଦାନ ମୃତ୍ୟୁପରେ ଚକ୍ଷୁ ଦାନ ଏକ ପ୍ରମୁଖ ଶ୍ରେଷ୍ଠତମ ଦାନ ବୋଲି କହି ସଂକ୍ଷିପ୍ତରେ ପ୍ରାରମ୍ଭିକ ସୂଚନା ଦେଇଥିଲେ l ବ୍ରହ୍ମପୁର ସହରର ବରିଷ୍ଠ ଓ ବିଶିଷ୍ଟ ଅବସରପ୍ରାପ୍ତ ଚକ୍ଷୁ ବିଭାଗର ମୁଖ୍ୟ ପ୍ରୋଫେସର ଡଃ. ବି. ନାଗେଶ୍ଵର ରାଓ ସୁବୁଦ୍ଧି ଚକ୍ଷୁଦାନ କଣ,କିଏ ଓ କିପରି କରିପାରିବ ପୁଙ୍ଖାନୁପୁଙ୍ଖ ଭାବେ ନିମ୍ନମତେ ବୁଝାଇଥିଲେ l
ଯେଉଁ ବ୍ୟକ୍ତି ମୃତ୍ୟୁ ପରେ ଚକ୍ଷୁ ଦାନ କରିବା ପାଇଁ ଇଚ୍ଛୁକ, ତାଙ୍କ ଦାୟାଦ ବା ବନ୍ଧୁବାନ୍ଧବ ପ୍ରଥମେ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ତକିଆ ଦେଇ ରଖିବେ ଓ ଆଖିରେ ଓଦା ତୁଳା ବା କନାଦେଇ ଘୋଡାଇ ରଖିବା ପରେ ଚକ୍ଷୁ ବିଭାଗକୁ ଜଣାଇଲେ ଚକ୍ଷୁ ବିଶେଷଜ୍ଞ ଘରକୁ ପହଂଚି ଚକ୍ଷୁ (କରିନିଆ) ବା ଆଖି ଉପରେ ଥିବା ସ୍ଵଚ୍ଛପରଳ ସଂଗ୍ରହ କରିବେ I
ଏଠାରେ ମନେରଖିବାକୁ ପଡିବ ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଏହା ହେବାକୁ ପଡିବ I
ଏହି ସ୍ଵଚ୍ଛ ପରଳ ଦୁଇଟିକୁ ନେଇ ଚକ୍ଷୁ ବ୍ୟାଙ୍କରେ ରଖାଯାଏ ଓ କରନିଆ ଯୋଗୁଁ ହୋଇଥିବା ଅନ୍ଧ ବ୍ୟକ୍ତିଙ୍କ ଠାରେ ରୋପଣ କରାଯାଏ ଓ ସେହି ବ୍ୟକ୍ତି ଦୃଷ୍ଟି ଶକ୍ତି ପାଇଥାଏ l
ଏହି କାର୍ଯ୍ୟକ୍ରମରେ, କେ.ପୁରୁଷୋତ୍ତମ କୁମାର,D. ଶତ୍ରୁଘନ ରାଓ ସୁବୁଦ୍ଧି, ପି. କିରଣ କୁମାର, କେ. ରଘୁରାମ, S. ଶ୍ୟାମ ସୁନ୍ଦର ରାଓ, P. କିଶୋର, ବି.ଲକ୍ଷ୍ମୀନାରାୟଣ ପାତ୍ର, E.D. ପାତ୍ର, କେ. ରଘୁରାମ, J. ଲକ୍ଷ୍ମୀ ପତି, ଭି. ଭେଙ୍କଟ ରତ୍ନମ ରାଜୁ, ଓ ବହୁ ସଭ୍ୟ ଉପସ୍ଥିତ ରହି ଚକ୍ଷୁଦାନ ପାଇଁ ବିଭିନ୍ନ ସ୍ଲୋଗାନ ଦେବା ସଙ୍ଗେ ସଙ୍ଗେ ପ୍ରଚାର ପତ୍ର ବଣ୍ଟନ କରିଥିଲେ l

Leave a Reply

Your email address will not be published. Required fields are marked *