ଜିଲ୍ଲା ସ୍ତରୀୟ ଜୁନିୟର୍ ରେଡ୍କ୍ରସ୍ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିୟର୍ ରେଡ୍କ୍ରସ୍ର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ, ସୋନପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ଜୁନିୟର୍ ରେଡ୍କ୍ରସ୍ର ଉପ ସଭାପତି ଶ୍ରୀ ଗତିକୃଷ୍ଣ ମିଶ୍ର ସମସ୍ତଙ୍କୁ ସ୍ବାଗତ ଜଣାଇ ଆୟୋଜିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରାଇଥିଲେ। ଏହି ଅବସରରେ ୨୦୨୫-୨୬ବର୍ଷରେ ଜିଲ୍ଲା ଜୁନିୟର୍ ରେଡ୍କ୍ରସ୍ ଦ୍ଵାରା ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବରିଷ୍ଠ ସାଧନକର୍ମୀ ହୃଷିକେଶ ଡାଙ୍ଗ ସମସ୍ତଙ୍କୁ ଅବଗତ କରାଇଥିଲେ ଏହାସହ ଜିଲ୍ଲା ଜୁନିୟର୍ ରେଡ୍କ୍ରସ୍ ଅଫିସର୍ ଶ୍ରୀ ଚନ୍ଦ୍ରମଣି ବାଘ ଜିଲ୍ଲା ଜୁନିୟର୍ ରେଡ୍କ୍ରସ୍ର ଆଗାମୀ କାର୍ଯ୍ୟପନ୍ଥା ଓ ୨୦୨୬-୨୭ଆର୍ଥିକ ବର୍ଷର ବଜେଟ୍ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ ଲୁହା, ପୂର୍ବତନ ଜୁନିୟର୍ ରେଡ୍କ୍ରସ୍ ଅଫିସର୍ ରବି ଚନ୍ଦ୍ର ପଶାୟତ,ସୁରେଶ ପ୍ରଧାନ, ବରିଷ୍ଠ ସାଧନକର୍ମୀ ଝସକେତନ ମେହେର, ୟୁଥ୍ ରେଡ୍କ୍ରସ୍ ସଂଯୋଜକ ଉମାକାନ୍ତ ନାଗ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ଳାନ କୁମାର ପାଣ୍ଡିଆ,ଡିପିଈଓ ବାଲାଜୀ ବିଶ୍ବନାଥ, ଜିଲ୍ଲା ପରିବହନ ଅଧିକାରୀ ଶାଲ୍ଖୋ ମୁର୍ମୁ, ଅଗ୍ନି ଶମ ସେବା ଅଧିକାରୀ ଭବେନ୍ଦ୍ରନାଥ ଦେ, ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର,ଗୋପେଶ ପଣ୍ଡା , ଜଗଦୀଶ ଦାଶ, ଶେଷଦେବ ଛତ୍ର,ଅନୁପ୍ରିୟା ମିଶ୍ର, ଆଶିଷ କୁମାର ନାଏକ, ପ୍ରଜ୍ଞା ପରମିତା ମିଶ୍ର,ପ୍ରଧାନ ଶିକ୍ଷୟିତ୍ରୀ ସୁହାସି ଦଣ୍ଡସେନା, ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ହେମନ୍ତ ମେହେର, ବଳରାମ ପୁରୋହିତ ଉପସ୍ଥିତ ରହି ଜୁନିୟର୍ ରେଡ୍କ୍ରସ୍ କାର୍ଯ୍ୟାବଳୀ ଉପରେ ସୁଚିନ୍ତିତ ମତାମତ ଦେବାସହ ଅଭିନବ କାର୍ଯ୍ୟକ୍ରମ ଗ୍ରହଣ ଉପରେ ଆଲୋଚନା କରିଥିଲେ।ଏହା ସହ ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ଳାନ କୁମାର ପାଣ୍ଡିଆଙ୍କୁ ଜିଲ୍ଲା ଜୁନିୟର୍ ରେଡ୍କ୍ରସ୍ର ସମ୍ପାଦକଭାବେ ମନୋନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ବି.ସି.ସି. ନିମାଇଁ ଚରଣ ମଲ୍ଲିକ୍ ସଂଯୋଜନା କରିଥିବାବେଳେ ସୋନପୁର ବି.ସି.ସି ବିକ୍ରମ କୁମାର ନନ୍ଦ,ତରଭା ବି.ସି.ସି ବିଜୟ କୁମାର ପଣ୍ଡା,ବିନିକା ବି.ସି.ସି ପବିତ୍ର ବାରିକ , ଉଲୁଣ୍ଡା ବି.ସି.ସି ବିଶ୍ବନାଥ ପାଣିଗ୍ରାହୀ, ବୀରମହାରାଜପୁର ବି.ସି.ସି ବୈକୁଣ୍ଠ ନାୟକ ସହଯୋଗ କରିଥିଲେ।ଶେଷରେ ପରାମର୍ଶଦାତା ହୃଷିକେଶ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
