September 10, 2026
Home » “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

“ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-09-10 at 3.01.08 PM

ସୁବର୍ଣ୍ଣପୁର :ସୋନପୁରସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପକ୍ଷରୁ ୧୦ ସେପ୍ଟେମ୍ବର ୨୦୨୬ରେ “ସ୍ୱଚ୍ଛତା ହିଁ ସେବା” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କେନ୍ଦ୍ର ର ପରିଚାଳକ ଶ୍ରୀ ସୁମନ୍ତ ଜୟପୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାଶ ଯୋଗଦେଇ ସ୍ୱଚ୍ଛତା, ପରିଚ୍ଛନ୍ନତା ଓ ସୁସ୍ଥ ପରିବେଶର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ଶିଶୁ ମଙ୍ଗଳ ସମିତି,ସୁବର୍ଣ୍ଣପୁର ର ସଦସ୍ୟ ଶ୍ରୀ କେଶବ ଚନ୍ଦ୍ର ମେହେର ଓ ଶ୍ରୀ ବ୍ରଜେନ୍ଦ୍ର କୁମାର ବିଶି,ଶିଶୁ ସହାୟତା କେନ୍ଦ୍ର ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ସୁଜିତ କୁମାର ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ଅଣ ଅନୁଷ୍ଠାନିକ ସେବା, ଗୌତମ ମହାପାତ୍ର ଏବଂ ସଖୀ ର ଏଡମିନିଷ୍ଟ୍ରେଟର ଅନୁସ୍ମିତା ବେହେରା ଯୋଗଦେଇ ସ୍ୱଚ୍ଛତା ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମଚାରୀ, ଥବିର କାଲସେ, ମୃତୁଞ୍ଜୟ ସାହୁ, ସ୍ୱାଗତରାଜ ମିଶ୍ର, ଅନିଲ ମହଲା, ସଖୀ, ଶକ୍ତି ସଦନ, ରୁଚିକା ସୋସିଆଲ ଅର୍ଗାନାଇଜେସନର ପ୍ରତିନିଧି, ବିଭିନ୍ନ ମହିଳା ସଂଗଠନର ସଦସ୍ୟ ଓ ସଦସ୍ୟା ଏବଂ ଅନ୍ୟମାନେ ଯୋଗଦେଇଥିଲେ। ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିଚ୍ଛନ୍ନତା ପ୍ରତି ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।ଶେଷରେ ଶ୍ରୀ ସୁମନ୍ତ ଜୟପୁରିଆ ଧନ୍ୟବାଦ ଅର୍ପଣ ଦେଇ ଥିବା ବେଳେ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *