September 17, 2026
Home » ମୋଦୀଜୀ ଙ୍କ ୭୬ତମ ଜନ୍ମଜୟନ୍ତୀ ଓ ସେବା ସଙ୍କଳ୍ପ ଅଭିଯାନ ଅବସରରେ ଶ୍ମଶାନଘାଟ ରେ ସଫେଇ କାର୍ଯ୍ୟକ୍ରମ।

ମୋଦୀଜୀ ଙ୍କ ୭୬ତମ ଜନ୍ମଜୟନ୍ତୀ ଓ ସେବା ସଙ୍କଳ୍ପ ଅଭିଯାନ ଅବସରରେ ଶ୍ମଶାନଘାଟ ରେ ସଫେଇ କାର୍ଯ୍ୟକ୍ରମ।

0
WhatsApp Image 2026-09-17 at 1.38.50 PM

 

ଭାରତ ର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଜୟନ୍ତୀ ଓ ସେବା ସଙ୍କଳ୍ପ ଅଭିଯାନ ଅବସରରେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷିଙ୍କ ନେତୃତ୍ୱରେ ଓ ନଗରପାଳ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ଧର୍ମଗଡ଼ ଶ୍ମଶାନଘାଟ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେସାଂସଦ ପ୍ରତିନିଧି ଲକ୍ଷ୍ମୀ କାନ୍ତ ବାଗ,ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ମାଝୀ,ବିଜେପି ଜିଲ୍ଲା ଚିକିତ୍ସା ପ୍ରକୋଷ୍ଠ ର ଅଧ୍ୟକ୍ଷ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଜିଲ୍ଲା ଉପ ସଭାପତି ସୁକାନ୍ତି ସା, ନଗର ସାଧାରଣ ସଂପାଦକ ଘନଶ୍ୟାମ ଭାଟି, ଯୁବ ମୋର୍ଚ୍ଚା ର ଚନ୍ଦନ କୁମାର ପାତ୍ର,ବିଜେପି ନେତା ଡମ୍ବରୁ ଧର ଠାକୁର, ବିଭୂତି ପୁରୋହିତ, ବାଜି ପ୍ରଧାନ, ଯୁବ ମୋର୍ଚ୍ଚାର ନଗର ସଭାପତି ଡାକ୍ତର ସଂଗ୍ରାମ ପାଣିଗ୍ରାହୀ ସମେତ ଅନେକ ବିଜେପି କର୍ମକର୍ତ୍ତା ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତାଙ୍କର ୨୫ ବର୍ଷର ଲୋକସେବା ଯାତ୍ରାକୁ ସ୍ମରଣ କରି ଆଜି ଠାରୁ ଆରମ୍ଭ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’ ସେବା, ସମର୍ପଣ ଓ ଜନଭାଗିଦାରିର ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଥଲେ।ସୁଚନା ଯୋଗ୍ୟ ଯେ,ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଭଳି ସେବାମୂଳକ ପଦକ୍ଷେପ ସାମିଲ ହେବ ।
ତେଣୁ ପ୍ରଧାନମନ୍ତ୍ରୀଜୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ର ମନ୍ତ୍ରକୁ ଜନଜନଙ୍କ ମଧ୍ୟରେ ପହଞ୍ଚାଇବା ସହିତ ସମାଜସେବା, ଦେଶସେବା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିଜକୁ ସମର୍ପିତ କରିବା ପାଇଁ ସଂକଳ୍ପ ନେବା ପାଇଁ ଶ୍ରୀ ପଟ୍ଟଯୋଶୀ ଆହ୍ୱାନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *