ଜିଲ୍ଲା କଂଗ୍ରେସ ତରଫ ରୁ ଏକ ସାମ୍ବାଦିକ ସମ୍ମିଳନୀ
ଜୀଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ. ପୁରୀ ୧୬.୯ ପୁରୀ ସହରର ବିଭିନ୍ନ ଅସୁବିଧା କୁ ନେଇଜିଲ୍ଲା କଂଗ୍ରେସ ତରଫ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅପରାହ୍ନ ରେ ହୋଟେଲ ହଲିଡେ ରିସର୍ଟରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଥିଲା, ଜିଲ୍ଲା କଂଗ୍ରେସ ସଭାପତି ଇଞ୍ଜିନିୟର ରାଜେଶ ମିଶ୍ର ବିଭିନ୍ନ ଅସୁବିଧା ସମ୍ପର୍କରେ ସୁଚନା ଦେବା ସଙ୍ଗେ ସଙ୍ଗେ ବିଜେପି ସରକାର ଙ୍କ ଦୁଇ ବର୍ଷ ଶାସନ କାଳ ମଧ୍ୟରେ କୈଣସି ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇନାହିଁ ବୋଲି ମତ ବ୍ୟକ୍ତ କରିଥିଲେ, ବିଶେଷ କରି ମହାପ୍ରଭୁଙ୍କ ଜମି ରେ ଦୀର୍ଘ ଦିନ ଧରି ଘର ଦ୍ବାର କରି ରହି ଆସୁଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ନାମରେ ପଟା ମିଳୁନଥିବା ହେତୁ ସେମାନେ ବିଭିନ୍ନ ଅସୁବିଧା ର ସମୁଖୀନ ହେଉଛନ୍ତି,

ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ନିୟମ ବଦଳୁଥିବା ଦେଖାଯାଇଛି, ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି, ସଂପାଦକ ଶରତ ରାୟଗୁରୁ ଯୋଗ ଦେଇ ବିଭିନ୍ନ ସମୟରେ ଓଡ଼ିଆ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଉପରେ ମତ ବ୍ୟକ୍ତ କରିଥିଲେ, ୨୦୧୫ ସୁପ୍ରିମ କୋର୍ଟ ର ନିର୍ଦେଶ ଅନୁଯାୟୀ ଯେଉଁ ନିଷ୍ପତ୍ତି ଆସିଥିଲା ସେହି ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ ଏଥିପାଇଁ ଏକ ଜନ ଆନ୍ଦୋଳନର ଆବଶ୍ୟକ ହେଉଛି, ରାଜ୍ୟ ସରକାର ଏପର୍ଯ୍ୟନ୍ତ ରିଭ୍ୟୁ ପିଟିସନ ଦେଇନଥିବା ସେ କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପୁଷର ମହାପାତ୍ର, ମାନସ ମହାପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ବିଶୂନାଥ ଦାସ, ଜଗନ୍ନାଥ ଦେଓ, ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ.
