ମୋଦି ଙ୍କ ୭୬ ତମ ଜନ୍ମଦିନରେ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା
ଆଜି ୧୭ ସେପ୍ଟେମ୍ବର। ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୬ ତମ ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।୨୫ ଫୁଟ ଲମ୍ବର ଏକ ବିଶାଳ ବାଲୁକା କଳାକୃତି ରେ ଆଶୀର୍ବାଦ କା ଦିୟା, ୨୫ ବର୍ଷର ସେଵା – ଜନ୍ମ ଦିନ ଶୁଭେଚ୍ଛା ମୋଦି ଜି ବାର୍ତ୍ତା ସ୍ଥାନ ପାଇଛି ଏହି ବାଲୁକା ଚିତ୍ର କଳା ରେ । କଳାକୃତି କୁ ଆକର୍ଷଣୀୟ କରିବା ପାଇଁ ୨୫୦୦ ଦୀପ ବ୍ୟବହାର କରାଯାଇଛି। ଯାହା ଆଲୋକ, ଆଶୀର୍ବାଦ ଏବଂ ଶୁଭ କାମନା ର ପ୍ରତୀକ ଭାବେ ସଜାଯାଇଛି। ବାଲୁକା ଚିତ୍ର କଳାରେ ତ୍ରିରଙ୍ଗା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏକ ସୁନ୍ଦର କଳାକୃତି କରାଯାଇଛି। ଯାହାକି ବାଲୁକା ଚିତ୍ର କଳା କୁ ବହୁତ ଆକର୍ଷଣୀୟ କରିଛି।
