October 10, 2026
Home » ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ

0
WhatsApp Image 2026-09-17 at 12.20.33 AM

ଭୁବନେଶ୍ୱରର ସର୍ବପୁରାତନ ଆବାସିକ କେନ୍ଦ୍ର ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗ୍ରାହଳୟର ପୂର୍ବତନ ଅଧକ୍ଷକ ଓ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡ଼କ୍ଟର ଜୟନ୍ତୀ ରଥ,ସମ୍ମାନିତ ଅତିଥି ଉତ୍କଳ ବିଶ୍ଵ ବିଦ୍ୟାଳୟର ସ୍ନାତକ ପରିଷଦର ପୂର୍ବତନ ସଭାପତି ଏବଂ ପୟୋଗିକ ଅର୍ଥଶାସ୍ତ୍ର prof ଡ଼କ୍ଟର ମିତାଲି ଚିନ୍ନାରା ଯୋଗଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ସମାଜଗଠନରେ ଓ ବିକାଶରେ ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା,ତାର ସାମ୍ପ୍ରତିକ ସମାଜରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ବିଷୟରେ ମତ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରତିଷ୍ଠାତା ସଭ୍ୟ ଆଶିଷ ପଟ୍ଟନାୟକ, ସଭାପତି ଡ଼କ୍ଟର ଇତିଶ୍ରୀ ଦାଶ, ସମ୍ପାଦିକା ସ୍ମିତା ମହାନ୍ତି, ଉପସଭାପତି ନୃସିଂହପ୍ରଭା ମିଶ୍ର ଓ ଯୁଗ୍ମ ସମ୍ପାଦିକା ମାଧୁରୀ ପଟ୍ଟନାୟକ ଉପସ୍ଥିତ ରହି ଅନୁଷ୍ଠାନର ପ୍ରାଥମିକ ଉଦେଶ୍ୟ ଯଥା ଅନଗ୍ରସର ଜାତିକୁ ମୁଖ୍ୟ ସୂତ୍ରରେ ସାମିଲ କରିବା। ଗରିବ ଅସହାୟ ପିଲାଙ୍କୁ ସାହାଯ୍ୟ ସବୁ କ୍ଷେତ୍ରରେ କରିବା ସଂଗେ ସଂଗେ ସେମାନଙ୍କୁ ନୂତନ ପ୍ଲାଟଫର୍ମ ଯୋଗାଇଦେବା, ଲେଡିଜ କ୍ଲବ ଯୋଗଦାନ କରିଥିବା ବିଭିନ୍ନ ପ୍ରକାର ସମାଜ ସେବାର ବିଶଦ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *