ଏକଦଶ ନାଟକର ପୁର୍ତ୍ତୀ ଅବସରରେ ଗଣେଶ ପୂଜା ଭେଟି ଓ ଉତ୍ସବ ପାଳନ
ଫୁଲବାଣୀ ଇ ପି ଏ -କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଡ ଭୁଇଁ (ପୁରୁଣାଦଳ) ପ୍ରହଲ୍ଲାଦ ନାଟକ ର ସ୍ବଳ୍ପ ସମୟ,କମ ବର୍ଷ ମଧ୍ୟରେ ଏକଶତ ନାଟକର ପୁର୍ତ୍ତୀ ଅବସରରେ ଫୁଲବାଣୀ ପୋୖର ପରିଷଦ ସ୍ଥିତ ସ୍ଥାନୀୟ ପିଅନପଡା (ବାପୁଜୀ ପଲ୍ଲୀ) ଖେଳ ପଡ଼ିଆ ପ୍ରାଙ୍ଗଣ ରେ ଗଣେଶ ପୂଜା ଭେଟି ଅବସରରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ ର ଏକ ନମ୍ବର ୱାର୍ଡର ସଭ୍ୟ ଶ୍ରୀ ମୃତ୍ୟୁଞ୍ଜୟ ପେରା (ବାବୁଜାନ) ଙ୍କ ଦ୍ବାରା ଏକଶତ ନାଟକ ଉତ୍ସବ ର ଶୁଭ ଉଦଘାଟନ କରିଥିଲେ।


ସ୍ଥାନୀୟ ବସ୍ତିର ଓ ବଡ ଭୂଇଁ ଗ୍ରାମର ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉତ୍ସବ ସଭାକାର୍ଯ୍ୟ ରେ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ ଥିଲେ।ଖୁବ୍ କମ୍ ସମୟ ବ୍ୟବଧାନରେ ଏକଶତ ନାଟକ ପରିବେଷଣ କରିଥିବା ଯୋଗୁ ମଞ୍ଚସ୍ଥ ମଞ୍ଚାସିନ ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ନାଟକର ଗୀତ ଓ ସଂଗୀତକାର ଶ୍ରୀ ଗୋଲକ ବିହାରୀ ସାହାଣୀ ଓ ପ୍ରହଲ୍ଲାଦ ନାଟକ ର ହିରଣ୍ୟ ଭୂମିକା ରେ ଅଭିନୟ କରିଥିବା ଶ୍ରୀ ଅଭିନାଶ ସାହାଣୀ ( ବାବୁ) ଙ୍କୁ ପ୍ରହଲ୍ଲାଦ ନାଟକ ର ପୋରାଣିକ ଓ ପୂର୍ବକାଳରୁ ଆରମ୍ଭ ହୋଇ ଏବେ ଯୁବପିଢି ର ଅତୁଳନୀୟ ଅବଦାନ ସାଙ୍ଗକୁ ସ୍ବଳ୍ପ ସମୟ ସିମା ମଧ୍ୟରେ ଏକଶତ ନାଟକ ପରିବେଷଣ କରିବା ଅତ୍ୟନ୍ତ କଷ୍ଟକର କିନ୍ତୁ ଯୁବପିଢି ନାଟକର ଗୀତ ଓ ସଂଗୀତକାର ଶ୍ରୀ ଗୋଲକ ବିହାରୀ ସାହାଣୀ ଙ୍କ କୋଠର ପରିଶ୍ରମ ଗ୍ରାମର ଯୁବକ ମାନଙ୍କୁ ଏକତ୍ରିତ କରିବାରେ ସକ୍ଷମ ଅବଦାନ ପାଇଁ ଅତିଥି ମାନେ ଓ ଦର୍ଶକ ମାନେ ମଧ୍ୟ ପ୍ରଶଂସା ର ତାଳେତାଳେ ନାଟକର ଦୀର୍ଘାୟୁ କାମନା କରି ପ୍ରଶଂସା ଓ ଉତ୍ସାହିତ କରିଥିବା ବେଳେ ସଭାକାର୍ଯ୍ୟ ଶେଷରେ ନାଟକରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ଓ ବ୍ୟକ୍ତି ବିଶେଷ ଙ୍କୁ ମୂଖ୍ୟ ଅତିଥି ନିଜ କରମଣ୍ଡଳ ରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ। ଅନ୍ୟତମ କମିଟି ର ସଦସ୍ୟ ଭାବରେ ଶ୍ରୀ ଦିଜବର ସାହାଣୀ, ସଭାପତି ଶ୍ରୀ ଅକ୍ଷୟ କୁମାର ସାହାଣୀ, ଉପସଭାପତି ଶ୍ରୀ ପ୍ରେମଲାଲ ସାହାଣୀ, ଉପଦେଷ୍ଟା ଶ୍ରୀ ସନ୍ୟାସୀ ସାହାଣୀ ତଥା ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ।ଶ୍ରୀ ପିଙ୍କୁ ସାହାଣୀ,କୁନା ଭାଇ ଓ ବାଣୀ ଭାଇ ଙ୍କ ଦ୍ବାରା ରଙ୍ଗାରଙ୍ଗ ସଂଗୀତ ପରିବେଷଣ କରିଥିଲେ। ଶେଷରେ ମଞ୍ଚ ପରିଚାଳନା ଦାୟିତ୍ବରେ ଥିବା ଶ୍ରୀ ଗୋଲକ ବିହାରୀ ସାହାଣୀ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭାକାର୍ଯ୍ୟକୁ ସାଙ୍ଗ କରାଇଥିଲେ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
