September 21, 2026
Home » ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

0
WhatsApp Image 2026-09-21 at 1.13.22 PM

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ସମ୍ଭବତଃ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଛୋଟ ଶିଶୁଙ୍କ ପାଇଁ ଏହି ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଭକ୍ତମାନେ କେବଳ ଏବେ ଆଡ଼ପ ମଣ୍ଡପକୁ ଦର୍ଶନ କରିପାରିବେ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନ ବୁଲିବା ପାଇଁ ଅନୁମତି ଦିଆଯିବ। ଭକ୍ତଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଟିକେଟ କାଉଣ୍ଟର, ଜୋତା ଷ୍ଟାଣ୍ଡ ବ୍ୟବସ୍ଥା ରହିବ। ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ୍ ଷ୍ଟାଣ୍ଡ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ଗୁଣ୍ଡିଚା ମନ୍ଦିର କୁ ସମ୍ପୂର୍ଣ୍ଣ ସିସିଟିଭି ବଳୟରେ ରଖାଯିବ। ଅନ୍ୟପଟେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଗାମୀ ଦିନରେ ମହାପ୍ରସାଦ ଦର ତାଲିକା ଲଗାଯିବ।ଏନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଶ୍ରୀଜଗନ୍ନାଥ ଙ୍କ ନାମରେ ଥିବା ଜମି ସେଟେଲମେଣ୍ଟ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଅନଲାଇନ ମାଧ୍ୟମରେ ଆବେଦନ କରିବେ। ଏନେଇ ଓକାକ୍ ପକ୍ଷରୁ ଏକ ସ୍ବତନ୍ତ୍ର ପୋର୍ଟାଲ କରାଯିବା ପରେ ଲୋକମାନେ ଜମି ସେଟେଲମେଣ୍ଟ ନେଇ ଆବେଦନ କରିପାରିବେ। ସେବାୟତ ଓ ସେବାୟତ ନିଯୋଗ ପାଇଁ ଜମି ସେଟେଲମେଣ୍ଟ ନେଇ ସ୍ବତନ୍ତ୍ର ରିହାତି ରହିବ। ଯେଉଁମାନେ ଅଫଲାଇରେ ପୂର୍ବରୁ ଆବେଦନ କରିଛନ୍ତି ସେମାନଙ୍କୁ ପୁନର୍ବାର ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଆସନ୍ତା ୨୬ ତାରିଖ ଶନିବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏବଂ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଏସି ସେଡ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା ହେବା ପରେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Leave a Reply

Your email address will not be published. Required fields are marked *