September 22, 2026
Home » ବିଶ୍ଵ ଓଡ଼ିଆ ପରିବାରର ମନୋଜ୍ଞ ଆଲୋଚନା ଚକ୍ର ଏବଂ ସେପ୍ଟେମ୍ବର ମାସ ଇପତ୍ରିକା ” ପ୍ରଜ୍ଞାନ ” ଉନ୍ମୋଚିତ

ବିଶ୍ଵ ଓଡ଼ିଆ ପରିବାରର ମନୋଜ୍ଞ ଆଲୋଚନା ଚକ୍ର ଏବଂ ସେପ୍ଟେମ୍ବର ମାସ ଇପତ୍ରିକା ” ପ୍ରଜ୍ଞାନ ” ଉନ୍ମୋଚିତ

0
WhatsApp Image 2026-09-22 at 2.06.11 PM

ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ବିଶ୍ଵ ଓଡ଼ିଆ ପରିବାରର ମାସିକ ବନ୍ଧୁ ମିଳନ ପର୍ବ ସୋମବାର ଆବାସୀ ବୈଠକ ( Virtual Meet )ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଇତ୍ୟବସରରେ ପ୍ରାୟୋଜିତ ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ” ଇ ପତ୍ରିକା ” ପ୍ରଜ୍ଞାନ “ର ସେପ୍ଟେମ୍ବର ମାସ ସଂଖ୍ୟାକୁ ବିଶିଷ୍ଟ ସାହିତ୍ୟିକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରଫେସର ଡକ୍ଟର ହରିହର କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପଣ କରିଥିଲେ । ଇ ପତ୍ରିକାର ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କ ସମ୍ପାଦନା ଏବଂ ସଂଯୋଜକ କବି ଡକ୍ଟର ପ୍ରଦୀପ କୁମାର ପଣ୍ଡାଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା। ବିଶିଷ୍ଟ ଅତିଥି ଭାବେ ବହୁଭାଷୀ କବି ସଞ୍ଜୟ କୁମାର ରଥ , ଭାରତୀୟ ମଜଦୁର ସଂଘର ପ୍ରାକ୍ତନ କେନ୍ଦ୍ରୀୟ ସଂଗଠନ ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର , ଶିକ୍ଷାବିତ୍ ତଥା ବିଶିଷ୍ଟ କବି ଡଃ ପ୍ରୀତି ପ୍ରତିଭା ଭୋଳ , ଏବଂ ବିଶ୍ଵ ଓଡ଼ିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ଭବାନୀ ପ୍ରସାଦ ମିଶ୍ର ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟରେ ” ମାଆ ଓ ମାତୃଭାଷା ” ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସଂଗଠନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସାହିତ୍ୟିକ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ କବି ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ସୋନାଲୀ ସସ୍ମିତା ସାହୁ ବେଦପାଠ, ରାଜଶ୍ରୀର ସମ୍ପାଦକ ଆଶୁ କବି ହେମନ୍ତ ଜେନା ସ୍ଵାଗତ ଭାଷଣ , କବି ସୁପ୍ରିୟା ସାହୁ ଜଗନ୍ନାଥ ବନ୍ଦନା ଗାନ , ସମାଜସେବୀ ଅକ୍ଷୟ କୁମାର ତରାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବି ରତିନାରାୟଣ ରାଉତ ଶାନ୍ତି ମନ୍ତ୍ର ପାଠ କରିଥିଲେ ।
ଉକ୍ତ ସାରସ୍ୱତ ଆବାସୀ ବୈଠକରେ ସର୍ବଶ୍ରୀ ନାରାୟଣ ଚୌଧୁରୀ , କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ , ସାମ୍ବାଦିକ ସୁରେଶ ଚନ୍ଦ୍ର ସାହୁ , ସ୍ତମ୍ଭକାର ତଥା ସାମ୍ବାଦିକ ହରପ୍ରସାଦ ଦାସ , ବରିଷ୍ଠ କବି ବିପିନ ବିହାରୀ ବାରିକ ,ଡ ନିର୍ମଳ କୁମାର ନାୟକ, ଶ୍ରୀମନ୍ତ ନନ୍ଦ , ସନ୍ଦୀପ ଦାସ , ନିରଞ୍ଜନ ମିଶ୍ର , ବୀଣାପାଣି ଚୌଧୁରୀ , ବନଲକ୍ଷ୍ମୀ ମହାନ୍ତି , ରଞ୍ଜିତା ପତି , ବ୍ରଜସୁନ୍ଦର ସାହୁ , ଶୋଭାମୟୀ ପତ୍ରୀ, ସ୍ନେହା ମିଶ୍ର , ଭାଗିରଥି ନନ୍ଦ , ସୁଜାତା ଚକ୍ରବର୍ତ୍ତୀ , କୃପାସିନ୍ଧୁ ମହାନ୍ତି, ନଳିନୀ ପ୍ରଭା ଦାସ, ମନୋରଞ୍ଜନ ଷଡ଼ଙ୍ଗୀ, ଅନସୂୟା ଦେବତା, ଚାରୁଲତା ବେହେରା ସ୍ୱାଗତିକା ଧଳ , ମହମ୍ମଦ ଆକବର , ଗିରିଜା ମିଶ୍ର ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ସ୍ବରଚିତ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *