September 22, 2026
Home » ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୩ ଜିଲ୍ଲାର ୯୧୦ ଶ୍ରଦ୍ଧାଳୁ କଲେ ମହାପ୍ରଭୁଙ୍କ ଦର୍ଶନ

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୩ ଜିଲ୍ଲାର ୯୧୦ ଶ୍ରଦ୍ଧାଳୁ କଲେ ମହାପ୍ରଭୁଙ୍କ ଦର୍ଶନ

0
WhatsApp Image 2026-09-21 at 4.50.19 PM (1)

ପୁରୀ : ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୩ ଟି ଜିଲ୍ଲା ର ୯୧୦ ଶ୍ରଦ୍ଧାଳୁ ଓ ସହାୟକ ଙ୍କ ସହ ମୋଟ୧୦୩୦ ଜଣ ଆଜି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ରୁ ଏହି ଶ୍ରଦ୍ଧାଳୁ ମାନେ ଆସିଥିଲେ। ପର୍ଯ୍ୟଟନ ବିଭାଗ ସହାୟତା ଓ ପୁରୀ ଜିଲ୍ଲା ପ୍ରଶାସନ ର ସହଯୋଗରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ଆସିଥିବା ଶ୍ରଦ୍ଧାଳୁ ମାନେ ବୃନ୍ଦାବତୀ ନିବାସ ଠାରେ ପହଞ୍ଚି ଥିଲେ।ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ଶ୍ରଦ୍ଧାଳୁ ମାନଙ୍କ ସହ ଆଲୋଚନା କରିଥିଲେ।ଶ୍ରଦ୍ଧାଳୁ ମାନଙ୍କର ସମସ୍ତ ସୁବିଧା ସହ ରହିବା, ଖାଇବା, ଦର୍ଶନ କରିବାରେ କୌଣସି ସମସ୍ୟା ନ ରୁହେ ସେଥି ପ୍ରତି ଦାୟିତ୍ୱ ରେ ଥିବା ଅଧିକାରୀ ଓ କର୍ମଚାରୀ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଶ୍ରଦ୍ଧାଳୁ ମାନେ ପୁରୀ ରେ ପହଞ୍ଚିବା ପରେ ଜଳଖିଆ ଖାଇ ମନ୍ଦିର ଦର୍ଶନ କରି ମଧ୍ୟାହ୍ନ ରେ ମଧ୍ୟାହ୍ନ ଭୋଜନ ଖାଇ ବିଶ୍ରାମ ନେଇଥିଲେ।ପୁନଶ୍ଚ ଅପରାହ୍ନ ରେ ଚା,ବିସ୍କୁଟ ଇତ୍ୟାଦି ଜଳଖିଆ ଖାଇ ସଂଧ୍ୟାରେ ମହାପ୍ରସାଦ ସେବନ କରି ନିଜ ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ସମସ୍ତ ବ୍ୟବସ୍ଥା ସୁନ୍ଦର ଓ ଶୃଙ୍ଖଳିତ ହୋଇ ଥିବାରୁ ସେମାନେ ଜିଲ୍ଲାପାଳ ଓ ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।କାର୍ଯ୍ୟକ୍ରମ ରେ
ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓଏସଆରଟିସିର ମ୍ୟାନେଜର ତପସ୍ବିନୀ ଭଟ୍ଟ,ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଦେବସ୍ମିତା ମହାନ୍ତି, ରୂପେଶ ରାଉତ ପ୍ରମୁଖ ବୃନ୍ଦାବତୀ ନିବାସରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ ର ବ୍ୟବସ୍ଥା କରାଇଥିଲେ।ଏହି ପର୍ଯ୍ୟାୟରେ ୧୩ ଟି ଜିଲ୍ଲାର ୧୦୫୩୫ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *