ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ
ବରଗଡ:ବରଗଡ଼ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆର୍ଇଆର୍) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୬ , ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ବୈଠକରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ଉନ୍ମୋଚନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ମଧୁଛନ୍ଦା ସାହୁ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ଏଚ. ଆର.ଏମ.ଏସ. ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଆଦି ରାଜନୈତିକଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ଭୋଟର ତାଲିକା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।

ବରଗଡ଼ ଜିଲ୍ଳାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୬୭୦ ଭୋଟଦାନ କେନ୍ଦ୍ର ଥିବାବେଳେ ଲିଙ୍ଗାନୁପାତ ୯୬୯.୧୫ ରହିଅଛି ଏବଂ ଭୋଟରଙ୍କ ସଂଖ୍ୟା ହେଉଛି ୧୧,୧୧,୯୪୨ । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫,୬୪,୬୬୬ ହୋଇଥିବାବେଳେ ମହିଳା ଭୋଟରଙ୍କର ସଂଖ୍ୟା ୫,୪୭,୨୪୭ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କର ସଂଖ୍ୟା ୨୮ ଅଟେ । ତା. ୦୫.୦୭.୨୦୨୬ ରେ ପ୍ରକାଶିତ ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୫,୦୬୬ ବୃଦ୍ଧି ପାଇଛି।ପ୍ରକାଶଥାଉ କି, ଚିଠା ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୧୧,୦୬,୮୭୬ ରହିଥିଲା। ଯେକୌଣସି ବ୍ୟକ୍ତି ନିଜ ନାମ କିମ୍ବା କୌଣସି ସମ୍ପର୍କୀୟଙ୍କ ନାମ ଭୋଟର ତାଲିକାରେ ଯାଞ୍ଚ କରିବା ପାଇଁ ଚାହିଁଲେ ନିମ୍ନୋକ୍ତ ମାଧ୍ୟମରେ କରିପାରିବେ ,
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
