September 30, 2026
Home » ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ

ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ

0
1001309125 (1)
ନୟାଗଡ଼  ( ଇପିଏ ) ନୟାଗଡ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ତରଫରୁ ମହାନ ବିପ୍ଳବୀ ତଥା ସହିଦ ଭଗତ ସିଂଙ୍କ ଜନ୍ମଦିବସ ଅବସରରେ ସକାଳେ ସଂଗଠନର ପତାକା ଉତ୍ତୋଳନ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ସନ୍ଧ୍ୟାରେ ନୟାଗଡ଼ ଗୋଡ଼ିପଡ଼ା ଗୋଲେଇ ମାର୍କେଟସ୍ଥିତ ସହିଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସାଧାରଣ ସଭା ସାଥୀ ବିଭୂତି ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ବକ୍ତାମାନେ ସହିଦ ଭଗତ ସିଂଙ୍କ ଜୀବନୀ ଓ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅମୂଲ୍ୟ ବଳିଦାନ ଏବଂ ଯୁବ ସମାଜ ପାଇଁ ତାଙ୍କ ଆଦର୍ଶର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ସହିଦ ଭଗତ ସିଂ ଯେଉଁ ସ୍ୱାଧୀନ, ଶୋଷଣମୁକ୍ତ ଓ ସମାନତାଭିତ୍ତିକ ଭାରତର ସ୍ୱପ୍ନ ଦେଖିଥିଲେ, ଆଜି ତାହାକୁ ସୁରକ୍ଷିତ ରଖିବା ଯୁବ ସମାଜର ଦାୟିତ୍ୱ। ଦେଶର କଷ୍ଟଲବ୍ଧ ସ୍ୱାଧୀନତା ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ହେଉଥିବା ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।
ସେମାନେ କହିଥିଲେ ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ, ବେକାର ଯୁବକ/ଯୁବତୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତିର ଅଭାବ ଏବଂ ଦେଶର ସରକାରୀ ସମ୍ପତ୍ତିକୁ ଘରୋଇ ହାତକୁ ହସ୍ତାନ୍ତର କରିବାର ନୀତି ଯୁବ ସମାଜ ଓ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି।
                   ଉକ୍ତ ସଭାରେ ଯୁବ ସଂଗଠନର ରାଜ୍ୟ ନେତା ସରୋଜ ନାୟକ, ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର, କୃଷକ ସଂଗଠନ ଜିଲ୍ଳା ନେତା ପବିତ୍ର ଇନ୍ଦ୍ରଜିତ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଯେନା, କୃଷକ ନେତା ନିରଞ୍ଜନ ସାହୁ, ଲଷ୍ମୀଧର ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ, ଗଣତନ୍ତ୍ରର ମୂଳ ଆଧାର ହେଉଛି ସ୍ୱଚ୍ଛ ନିର୍ବାଚନ, ରୋଜଗାରର ସୁଯୋଗ ଏବଂ ଦେଶର ସମ୍ପଦ ଉପରେ ଜନସାଧାରଣଙ୍କ ଅଧିକାର। ଏହି ମୂଲ୍ୟବୋଧକୁ ମଜବୁତ କରିବା ପାଇଁ ଯୁବ ସମାଜକୁ ଭଗତ ସିଂଙ୍କ ଆଦର୍ଶରୁ ପ୍ରେରଣା ନେଇ ସଂଗଠିତ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହାକୁ ସାଥି ସନ୍ତୋଷ ଷଡ଼ଙ୍ଗୀ ସଂଯୋଜନା କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *