September 30, 2026
Home » ହାଇଟେକ୍ ମେଡିକାଲ୍ ରେ ବିଶ୍ଵ ହୃଦୟ ଦିବସ ପାଳିତ

ହାଇଟେକ୍ ମେଡିକାଲ୍ ରେ ବିଶ୍ଵ ହୃଦୟ ଦିବସ ପାଳିତ

0
WhatsApp Image 2026-09-29 at 7.55.42 PM

ସୁସ୍ଥ ହୃଦୟ, ସୁସ୍ଥ ଜୀବନ ପ୍ରତ୍ୟକଙ୍କ ମୂଳମନ୍ତ୍ର ହେଉ—ବିଧାୟକ ରୁପେଶ ପାଣିଗ୍ରାହୀ
ଭୁବନେଶ୍ଵର: ହାଇଟେକ୍ ମେଡିକାଲ୍ କଲେଜ ପରିସରରେ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଛି । ସକାଳୁ ହାଇଟେକ୍ ଗ୍ରୁପର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ, ଡାକ୍ତର, ହୃଦରୋଗ ବିଶେଷଜ୍ଞ ଓ କର୍ମଚାରୀ ମାନେ ହାତରେ ପ୍ଲା-କାର୍ଡ ଧରି ହୃଦରୋଗ ସଂପର୍କିତ ସଚେତନ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ, ସିନେତାରକା ବବି ମିଶ୍ର ଏବଂ ବରିଷ୍ଠ ସିଟିଭିଏସ୍ ସର୍ଜନ ଡାକ୍ତର ଶ୍ଵେତାଙ୍କ ଦାସ୍ ଏହାକୁ ଆନୁଷ୍ଠାନିକ ଭାବରେ ପତ‌କା ଦେଖାଇ ଆରମ୍ଭ କରିଥିଲେ I ମେଡିକାଲ୍ ପରିସରରେ ହୃଦରୋଗ ବିଭାଗରେ ମାଗଣା ହୃଦରୋଗ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏହା ସହ ପୂର୍ବରୁ ଓପନ୍‌ ହାର୍ଟ ଓ ବାଇପାସ୍‌ ସର୍ଜରୀ କରାଯାଇଥିବା ଏବଂ ବର୍ତ୍ତମାନ ସଂପୂର୍ଣ ସୁସ୍ଥ ଥିବା ୪୨ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା |

ଅପରାହ୍ନରେ ହାଇଟେକ୍ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ଯୋଗଦେଇ, ବର୍ତ୍ତମାନର ଯୁବପିଢୀ ସର୍ବାକ ହୃଦରୋଗର ଶିକାର ହେଉଥିବାରୁ ଖାଦ୍ୟପେୟ ସହ ନିୟମିତ ବ୍ୟାୟାମ ଏବଂ ନିଶା ସଂପୂର୍ଣ୍ଣ ତ୍ୟାଗ କରିବାକୁ ପରାମର୍ଶ ଦେଇଥିଲେ I ମୁଖ୍ୟଅତିଥ୍ ଭାବେ ଯୋଗଦେଇ ସିନେତାରକା ପୁପୁନ୍ଦର କହିଥିଲେ ଯେ, ବର୍ତ୍ତମାନ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ସଂଖ୍ୟାଧିକ ଲୋକ ହୃଦରୋଗ ଶିକାର ହେଉଛନ୍ତି,

 

ଏହାର ମୁଖ୍ୟ କାରଣ ଡିପ୍ରେସନ ବା ଚିନ୍ତା, ଆଜିର ମଣିଷ ହସିବା ଭୁଲି ଗଲାଣି, ତେଣୁ ହସିହସାଇଲେ ହୃଦରୋଗରୁ ମୁକ୍ତି ମିଳିବ ବୋଲି ସେ କହିଥିଲେ I ଅନୁମାନଙ୍କ ମଧ୍ୟରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍‌ର ଅକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ, ଅଧ୍ଯକ୍ଷ ପ୍ରଫେସର ଦେବାନନ୍ଦ ମହାପାତ୍ର,ଉପାଧ୍ୟକ୍ଷ ପ୍ରଫେସର ଲିସା ଷଢଙ୍ଗୀ, ଡାକ୍ତର ଶ୍ଵେତାଙ୍କ ଦାଶ, ଡାକ୍ତର ରିତେଶ ଆଚାର୍ଯ୍ୟ, ପ୍ରଫେସର ଡାକ୍ତର ପିକେ ଦାଶ,ଡାକ୍ତର ସ୍ମୃତି ରଞ୍ଜନ ସାହୁ, ପ୍ରଫେସର ଏକେ ସାମଲ, ପ୍ରାଶାସନିକ ଅଧିକାରୀ ଡକ୍ଟର.ଗୋପେଶ୍ଵର ଆଚାର୍ଯ୍ୟ, ସିଓଓ ଜ୍ୟୋର୍ତିମୟ ପଣ୍ଡା,ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *