ସୁବର୍ଣ୍ଣପୁର ଜିଲ୍ଲା ରେ ପୁଅ ର ମଙ୍ଗଳ କାମନା କରି ମା ମାନେ ପାଳିଲେ ପୁଅଜିଉଁତିଆ
ସୁବର୍ଣ୍ଣପୁର –ପୁଅ ର ମଙ୍ଗଳ କାମନା କରି ମା ମାନେ ପୁଅଜିଉଁତିଆ ଓଷା ପାଳନ କରିଛନ୍ତି l ଆଜି ଶନିବାର ମା ର ମମତା ପର୍ବ ପୁଅଜିଉଁତିଆ ।ପୁଅର ଶୁଭ ମନାସିବା ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଛି। ସହର ଠାରୁ ପଲ୍ଲୀ ଯାଏ ସାରା ପଶ୍ଚିମ ଓଡ଼ିଶାରେ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହେଉଛି ଏହି ପର୍ବ । ଏହାକୁ ଦୂତୀବାହନ ଓଷା ବା ଜୀମୂତବାହନ ବ୍ରତ ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମା’ମାନେ ନିଜ ପୁଅର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ନିର୍ଜଳା ଉପବାସ ପାଳନ କରନ୍ତି । ବନ୍ଧ୍ୟା,ପୁତ୍ରହରା ଓ ବିବାହିତା ମହିଳାମାନେ ମଧ୍ୟ ପୁତ୍ରଲାଭ ଆଶାରେ ଏହି ବ୍ରତ କରିଥାନ୍ତି ।
ଏହି ବ୍ରତର ବିଶେଷତ୍ୱ ହେଉଛି ଏହାର ତାନ୍ତ୍ରିକ ପଦ୍ଧତି । ଅଗଣାରେ ମାଟିରେ ତିନୋଟି ବର୍ଗାକାର ଯନ୍ତ୍ର ଖୋଳାଯାଏ, ଯନ୍ତ୍ରରେ ପାଣି ଦେଇ ଜିଆଁ ମାଛ ଛଡାଯାଏ ଏବଂ ମଧ୍ୟ ଭାଗରେ ମା’ ଦୁର୍ଗାଙ୍କୁ ପ୍ରତିଷ୍ଠା କରାଯାଏ ।ପ୍ରତି ପୁଅ ପାଇଁ ୧୦୮ ଦୂବ,୧୦୮ ଅକ୍ଷତ ଅରୁଆ ଚାଉଳ,ସାତ ପ୍ରକାର ଫଳ ଓ ଫୁଲର ବିଡା ବାନ୍ଧି ଦୂତୀବାହନଙ୍କୁ ସମର୍ପଣ କରାଯାଏ । ମା’ମାନେ ଦିନ ସାରା ନିର୍ଜଳା ରହି ସନ୍ଧ୍ୟାରେ ଧୂପ-ଦୀପ ସହ ଦୂତୀବାହନ ପୁରାଣ ପାଠ କରନ୍ତି ଏବଂ ପରଦିନ ସକାଳେ ଘାଟ ରୁ ଫେରିଲା ପରେ ସେହି ବିଡାରେ ପୁଅକୁ ବନ୍ଦାଇ ଦୀର୍ଘାୟୁ କାମନା କରନ୍ତି ।ପୌରାଣିକ ମତରେ ଗନ୍ଧର୍ବ ରାଜା ଜୀମୂତବାହନ ନିଜ ଜୀବନ ଦେଇ ଏକ ନାଗ ପୁଅର ଜୀବନ ରକ୍ଷା କରିଥିଲେ,ଯାହା ଦେଖି ମା’ ପାର୍ବତୀ ବର ଦେଇଥିଲେ ଯେ ଏହି ଦିନ ଉପବାସ କରୁଥିବା ମା’ ର ପୁଅ ଶହେ ବର୍ଷ ବଞ୍ଚିବ । ସାମାଜିକ ଦୃଷ୍ଟିରୁ ଏହା ମା’ ପୁଅର ନିବିଡ ସମ୍ପର୍କକୁ ସୁଦୃଢ କରିବା ସହ ପାରିବାରିକ ବନ୍ଧନକୁ ମଧ୍ୟ ମଜଭୁତ କରେ । ଏହି ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଅଞ୍ଚଳର ବିଭିନ୍ନ ବଜାରରେ ଆକର୍ଷଣୀୟ ଡିଜାଇନର ଜିଉଁତିଆ ସହିତ ଫଳ,ଫୁଲ ଓ ପୂଜା ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି l ଶାଢ଼ୀ ଓ କପଡା ଦୋକାନ ରେ ମଧ୍ୟ ଏଥିପାଇଁ କିଛିଦିନ ହେବ ଗ୍ରାହକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ପୁତ୍ରବତୀ ମା ମାନେ ପୁତ୍ର ର କଲ୍ୟାଣ ପାଇଁ ଏହି ଓଷା ପାଳନ କରିଥାନ୍ତି l ଅପୁତ୍ରିକ ନାରୀ ପୁତ୍ର ର ଆଶାରେ ଓ ପୁତ୍ରବତୀ ନାରୀ ପୁତ୍ର ର ମଙ୍ଗଳ କାମନା କରି ଏହି ଓଷା ପାଳିଥାନ୍ତି l ପୋଖରୀ ତୁଠ ରେ ( କେତେକ ସ୍ଥାନ ରେ ନଦୀ, ନାଳ ) ଚିଲ, ଶିଆଲ ଙ୍କ ଚିତ୍ର ଆଙ୍କି ଅଫାମାରଙ୍ଗ କାଠି ଦେଇ ସ୍ନାନ କରିଥାନ୍ତି l ପୁଅଜିଉଁତିଆ ଏକ ପାରମ୍ପରିକ ଲୋକପର୍ବ l ମା ମାନେ ଜଳ ସ୍ପର୍ଶ ନ କରି ନିର୍ଜଳା ଉପବାସ ରହି ଏହି ଓଷା ନିଷ୍ଠାର ସହିତ ପାଳନ କରିଥାନ୍ତି l ଏହି ଓଷା ପଶ୍ଚିମ ଓଡିଶା ର ଜିଲ୍ଲା ଗୁଡିକ ରେ ପାଳିତ ହୋଇଥାଏ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
