October 7, 2026
Home » ପାରାଦୀପ ବନ୍ଦର ଇଂଜିନିୟରିଂ ବିଭାଗ ପକ୍ଷରୁ ମୋଗା ସ୍ୱଚ୍ଛତା ଅଭିଯାନ

ପାରାଦୀପ ବନ୍ଦର ଇଂଜିନିୟରିଂ ବିଭାଗ ପକ୍ଷରୁ ମୋଗା ସ୍ୱଚ୍ଛତା ଅଭିଯାନ

0
WhatsApp Image 2026-10-06 at 1.39.05 PM

ପାରାଦୀପ ବନ୍ଦର ଇଂଜିନିୟରିଂ ବିଭାଗ ପକ୍ଷରୁ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ବନ୍ଦର ଇଂଜିନିୟରିଂ ବିଭାଗର ଜନସ୍ୱାସ୍ଥ୍ୟ ଶାଖା ପକ୍ଷରୁ ପାରାଦୀପ ସହରର ବିଭିନ୍ନ ସ୍ଥାନ ସଫେଇ କରାଯାଇ ପରିବେଶ ପରିଷ୍କାର କରାଯାଇଛି । ପାରାଦୀପ ବନ୍ଦର ସିଏମଇ ସୁଶୀଲ କୁମାର ନାହାକ, ନିର୍ବାହୀ ଯନ୍ତ୍ରୀ ଜାମିନୀକାନ୍ତ ମହାନ୍ତି, ଗଙ୍ଗାଧର ସେଠୀ, ବିନାୟକ ପ୍ରଧାନ, ଆଲୋକ କୁମାର ମହାନ୍ତିଙ୍କ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

ଭାରୀଯାନ ବ୍ୟବହାର ସହିତ ମାନବ ସମ୍ବଳ ବିନିଯୋଗ କରାଯାଇ ପାରାଦୀପ ସହରାଂଚଳର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ସଫା କରାଯାଇଥିଲା । ପାରାଦୀପ ବନ୍ଦରର ବରିଷ୍ଠ ଯନ୍ତ୍ରୀ, କର୍ମଚାରୀମାନଙ୍କ ଉଦ୍ୟମରେ ପ୍ରାୟ ୯୫ ଟ୍ରାକ୍ଟରରେ ୪୦ ଟନ୍ ଅଳିଆ, ଅଦରକାରୀ ସାମଗ୍ରୀକୁ ଉଠାଯାଇ ପରିବେଶ ସ୍ୱଛ କରାଯାଇଥିଲା । ଇଂଜିୟରିଂ ବିଭାଗର ଏହି ପଦକ୍ଷେପ ପାରାଦୀପ ବନ୍ଦର ସ୍ୱଛତା ପ୍ରତି ନିଜର କର୍ତବ୍ୟ ଓ ଦାୟିତ୍ୱବୋଧର ପ୍ରତିଫଳନ।

Leave a Reply

Your email address will not be published. Required fields are marked *