December 26, 2024
Home » ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

0

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୪ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥ୍‌ ଭାବେ କୋରାପୁଟ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥ୍ୟ ଭାବେ ଜିଲ୍ଲା
ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ । ଆଜିର ଏହି ଦିବସ ପାଳନର ମୁଖ୍ୟ ବିଷୟ ଥିଲା ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା ଯାହା ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ବକ୍ତା ମାନେ ୨୫ ବର୍ଷ ତଳେ ଆଜିର ଦିବସରେ ୧୯୯୯ ମହାବାତ୍ୟାକୁ ସ୍ମରଣ କରାଇ ସେତେବେଳେ ରାଜ୍ୟ ସାମ୍ନା କରିଥବା ବିପର୍ଯୟକୁ ଆଜିର ବିପର୍ଯୟ ପ୍ରସ୍ତୁତି ସହ ତୁଳନା କରିଥିଲେ ।


ବିପର୍ଯୟ ରୋକିବାରେ ଆମର ଉପାୟ ସେତେବେଳେ ନଥିବାବେଳେ ବିପର୍ଯୟ ଜନିତ କ୍ଷୟକ୍ଷତି ରୋକିବାରେ ଆମେ ୨୫ ବର୍ଷ ମଧ୍ୟରେ ଅନେକ ସଫଳ ହୋଇଥିବା କହିଥିଲେ । ଆଜି ବିଶ୍ବରେ ସେଥ‌ିପାଇଁ ଓଡିଶା ପ୍ରସଂଶିତ ଓ ପୁରସ୍କୃତ ହୋଇପାରିଛି। ପ୍ରତୈକ ଜୀବନ ମୂଲ୍ୟବାନ ଓ ଏହାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡିଶା ବିପର୍ଯୟ ପରିଚାଳନାରେ ଅନେକ ସଂଶୋଧନ ଯୋଗୁଁ ସଫଳତା ହାସଲ କରିପାରିଛି । ଜନସାଧାରଣଙ୍କ ସହଯୋଗ ଏଥ‌ିରେ ଅନେକ ସାହାଯ୍ୟ କରିଛି । ଜିଲ୍ଲାସ୍ତରୀୟ ସମାରୋହ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ସମ୍ବଦ୍ଧିତ କରାଯାଇଥିଲା। ଏହି ଅବସରରେ ବିପର୍ଯୟ ପ୍ରଶମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ, ବେସାମରିକ ପ୍ରତିରକ୍ଷା ବିଭାଗକୁ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ କୋରାପୁଟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିବାବେଳେ ଜିଲ୍ଲା ଜରୁରୀ କାର୍ଯ୍ୟାଳୟରଶ୍ରୀ ପ୍ରକାଶ କୁମାର ସାମଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଏହି ଅବସରରେ ସକାଳ ୭୦୦ ଘଟିକା ମିନଟରେ ଜିଲ୍ଲା କାର୍ଯ୍ୟାଳୟରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ସାମଲ ଏବଂ ମୁଖ୍ୟ ଉନୟନ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରିଶେଷରେ ଶ୍ରୀ ଅବନୀ କାନ୍ତ ଭୂୟାଁ ଡିଆର ଆର.ସି, ଜରୁରୀ କାଳୀନ ବିଭାଗ ଧନ୍ୟବାଦ ଅର୍ପଣ
କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *