October 9, 2026
Home » ଢ଼ିଙ୍କିଆ ଓ ମାହାଳରେ ଗ୍ରାମ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କଲା JSW ଉତ୍କଳ ଷ୍ଟିଲ୍

ଢ଼ିଙ୍କିଆ ଓ ମାହାଳରେ ଗ୍ରାମ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କଲା JSW ଉତ୍କଳ ଷ୍ଟିଲ୍

0
WhatsApp Image 2026-10-09 at 10.35.47 AM

ତିନିଟି ଗ୍ରାମ ପଞ୍ଚାୟତରେ ଯୋଗାଯୋଗ ବ୍ୟବସ୍ଥା ଓ ଜୀବନଧାରଣର ମାନ ବୃଦ୍ଧି ପାଇଁ ସମୁଦାୟର ପ୍ରାଥମିକତା ଆଧାରରେ ବିକାଶମୂଳକ କାର୍ଯ୍ୟ ଆରମ୍ଭJSW ଉତ୍କଳ ଷ୍ଟିଲ୍‌ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସମୁଦାୟଗୁଡ଼ିକର ସାମାଜିକ-ଆର୍ଥିକ ସ୍ଥିତି ଓ ଜୀବନଧାରଣର ମାନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ସମୁଦାୟ ସହ ବ୍ୟାପକ ଆଲୋଚନା ଓ ପରାମର୍ଶ ମାଧ୍ୟମରେ ଚିହ୍ନଟ ଏବଂ ପ୍ରାଥମିକତା ଦିଆଯାଇଥିବା ଗ୍ରାମ ବିକାଶ କାର୍ଯ୍ୟଗୁଡ଼ିକର କାର୍ଯ୍ୟାନ୍ୱୟନ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଆରମ୍ଭ କରିଛି।ଗତ କିଛି ମାସ ଧରି JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଏରସମା ବ୍ଲକର ଉକ୍ତ ତିନିଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ସାହିରେ ସ୍ଥାନୀୟ ସମୁଦାୟ ସହ ପରାମର୍ଶ ବୈଠକ ଆୟୋଜନ କରାଯାଇଥିଲା। ଢ଼ିଙ୍କିଆ, ମାହାଳ, ପଟଣା, ଗୋବିନ୍ଦପୁର, ନୂଆଗାଁ, ଗଡ଼କୁଜଙ୍ଗ, ନୋଳିଆ ସାହି ଓ ପୋଳଙ୍ଗ ସମେତ ବିଭିନ୍ନ ଗ୍ରାମ ଓ ହାମ୍ଲେଟ୍‌ରେ ଅନୁଷ୍ଠିତ ଏହି ବୈଠକଗୁଡ଼ିକରେ ମହିଳା, ଯୁବବର୍ଗ ଓ ବରିଷ୍ଠ ନାଗରିକଙ୍କ ସମେତ ଶତାଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।ଏହି ପରାମର୍ଶ ବୈଠକଗୁଡ଼ିକରେ ଗ୍ରାମବାସୀମାନେ ବିଭିନ୍ନ ବିକାଶମୂଳକ ଆବଶ୍ୟକତା ଓ ପ୍ରାଥମିକତା ଚିହ୍ନଟ କରିଥିଲେ। ଏଥିରେ ରାସ୍ତା ନିର୍ମାଣ ଓ ଉନ୍ନତିକରଣ, କମ୍ୟୁନିଟି ସେଣ୍ଟର ଓ ଏସ୍‌ଏଚ୍‌ଜି ବୈଠକ ଗୃହ ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ, ଜୀବିକା ବିକାଶ ପାଇଁ ସହାୟତା, ଭାଗବତ ଟୁଙ୍ଗି ଭଳି ଉପଲବ୍ଧ ସାମୁଦାୟିକ ଢାଞ୍ଚାର ମରାମତି ଓ ନବୀକରଣ, ଶ୍ମଶାନ ଘାଟର ବିକାଶ, ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଏବଂ ଗଡ଼କୁଜଙ୍ଗସ୍ଥିତ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀ ଗୁଣ୍ଡିଚା ମନ୍ଦିରର ବିକାଶ ସମେତ ଅନେକ ଆବଶ୍ୟକତା ସାମିଲ ଥିଲା।ପରବର୍ତ୍ତୀ ସମୟରେ, ଅଗଷ୍ଟ ୨୦୨୬ରେ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ର ସଭାପତି ଶ୍ରୀ ଅନିଲ କୁମାର ସିଂହ ତିନିଟି ଗ୍ରାମ ପଞ୍ଚାୟତର ସମୁଦାୟ ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ପୂର୍ବରୁ ଚିହ୍ନଟ ହୋଇଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦେବା ସହ ଆଲୋଚନା ସମୟରେ ଅଜଣାରେ ଛାଡ଼ି ଯାଇଥିବା ଅନ୍ୟ କୌଣସି ଆବଶ୍ୟକତା ଥିଲେ ତାହା ମଧ୍ୟ ସୂଚିତ କରିବାକୁ ସେ ସମୁଦାୟ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ।ଗ୍ରାମବାସୀମାନଙ୍କ ଦ୍ୱାରା ଜଣାଇଥିବା ପ୍ରାଥମିକତା ଆଧାରରେ ବର୍ତ୍ତମାନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତାଲିକା ଚୂଡ଼ାନ୍ତ କରାଯାଇ କାର୍ଯ୍ୟାନ୍ୱୟନ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପର ଏକ ଅଂଶ ଭାବେ JSW ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ବିକାଶମୂଳକ କାର୍ଯ୍ୟଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯିବା ସହ ନିଜ ନିଜ ଗ୍ରାମର ବିକାଶ କାର୍ଯ୍ୟ ସେହି ଗ୍ରାମର ବାସିନ୍ଦାମାନେ ହିଁ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ସମୁଦାୟ ସଦସ୍ୟମାନେ ବ୍ୟାପକ ଭାବେ ସ୍ୱାଗତ କରିଛନ୍ତି। ଏହା ଫଳରେ ଅଧିକ ସଂଖ୍ୟକ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁଯୋଗ ସୃଷ୍ଟି ହେବା ସହ ବିକାଶମୂଳକ ପଦକ୍ଷେପର ଲାଭ ସମ୍ପୃକ୍ତ ଗ୍ରାମଗୁଡ଼ିକରେ ପହଞ୍ଚିପାରିବ।ଏହି ପ୍ରତିବଦ୍ଧତାର ଅବ୍ୟାହତତାରେ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଢ଼ିଙ୍କିଆ ଗ୍ରାମରେ ଚଗଳା ବର୍ଦ୍ଧନଙ୍କ ଘରଠାରୁ ବାମନ ସାମଲଙ୍କ ଘର ପର୍ଯ୍ୟନ୍ତ ୧୨ ଫୁଟ୍‌ ପ୍ରସ୍ଥର କଂକ୍ରିଟ୍ ରାସ୍ତା ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି।ଏହି ରାସ୍ତା ଢ଼ିଙ୍କିଆର ଅମ୍ବାବଟା ସାହିର ବାସିନ୍ଦାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ମାର୍ଗ ହୋଇଥିବା ସହ ବର୍ଷସାରା ସ୍ଥାନୀୟ ସମୁଦାୟ ପାଇଁ ଏକ ଆବଶ୍ୟକ ଲିଙ୍କ୍ ଭାବେ କାର୍ଯ୍ୟ କରିଥାଏ। ବର୍ତ୍ତମାନର କଚ୍ଚା ରାସ୍ତାଟି ବର୍ଷା ଋତୁରେ ପ୍ରାୟତଃ ପାଣିରେ ବୁଡ଼ିଯାଉଥିବାରୁ ଗ୍ରାମବାସୀମାନେ ଯାତାୟାତ, ପରିବହନ ଏବଂ ଆବଶ୍ୟକ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ସେହିପରି, ମାହାଳ ଗ୍ରାମରେ କୁମାର ମଲ୍ଲିକଙ୍କ ଘରଠାରୁ ବାବାଜୀ ରାଉତଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହି ରାସ୍ତା ଢ଼ିଙ୍କିଆର ମୁଖ୍ୟ ରାସ୍ତା ସହ ସଂଯୁକ୍ତ ଏବଂ ଅନେକ ପରିବାର ଦୈନନ୍ଦିନ ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ଏହା ଉପରେ ନିର୍ଭର କରନ୍ତି। ବର୍ଷା ଋତୁରେ ବର୍ତ୍ତମାନର କଚ୍ଚା ରାସ୍ତାରେ ପାଣି ଜମି ଯାଉଥିବାରୁ ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଅସୁବିଧା ଭୋଗୁଥିଲେ।JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ JSW ଫାଉଣ୍ଡେସନ୍‌ର ସହଯୋଗରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ମାଧ୍ୟମରେ ଦୀର୍ଘଦିନର ଯୋଗାଯୋଗ ସମସ୍ୟାର ସମାଧାନ ସହ ଗ୍ରାମବାସୀଙ୍କୁ ଅଧିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସବୁ ଋତୁରେ ଉପଲବ୍ଧ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ଲକ୍ଷ୍ୟ ରହିଛି।କଂକ୍ରିଟ୍ ରାସ୍ତା ନିର୍ମାଣର ଶୁଭାରମ୍ଭ ଅବସରରେ ଆୟୋଜିତ ଉଦ୍‌ଘାଟନୀ ସମାରୋହ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ JSW ଉତ୍କଳ ଷ୍ଟିଲ୍, ପାରାଦୀପର ଉପାଧ୍ୟକ୍ଷ ଶ୍ରୀ ମନୋଜ ସିଂହ, CSR ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତି, PR ବିଭାଗର ଶ୍ରୀ ସମରେନ୍ଦୁ ପଟ୍ଟନାୟକ, CSO ଶ୍ରୀ ଶୈଳେନ୍ଦ୍ର ମାଝୀ, ଢିଙ୍କିଆ ଜଙ୍ଗଲ କମିଟିର ସଭାପତି ଶ୍ରୀ ନୃସିଂହ ରାଉତ ଓ ସମ୍ପାଦକ ଶ୍ରୀ ପ୍ରଶାନ୍ତ ଲେଙ୍କା, ମାହାଳ ମା’ ରାମଚଣ୍ଡୀ ଜଙ୍ଗଲ କମିଟିର ସଭାପତି ଶ୍ରୀ ଅନିରୁଦ୍ଧ ପରିଡ଼ା ଓ ସମ୍ପାଦକ ଶ୍ରୀ ଭ୍ରମରବର ସେଠୀଙ୍କ ସମେତ ଢିଙ୍କିଆ ଓ ମାହାଳ ଜଙ୍ଗଲ କମିଟିର ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ।ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆସିବା ସହ ପରିବହନ ସମ୍ବନ୍ଧୀୟ ଅସୁବିଧା ଦୂର ହେବ ବୋଲି ଆଶା କରାଯାଉଛି। ବିଶେଷକରି ବର୍ଷା ଋତୁରେ ଏହା ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଏହି ପଦକ୍ଷେପକୁ ଗ୍ରାମବାସୀମାନେ ଉଷ୍ମତାର ସହ ସ୍ୱାଗତ କରିଛନ୍ତି।
ଏହି ରାସ୍ତା ପ୍ରକଳ୍ପଗୁଡ଼ିକ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମୁଦାୟର ପ୍ରାଥମିକତା ଆଧାରରେ ହାତକୁ ନିଆଯାଉଥିବା ବ୍ୟାପକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ଆରମ୍ଭକୁ ସୂଚିତ କରୁଛି। ସମୁଦାୟ ସହ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ଚିହ୍ନଟ ଓ ପ୍ରାଥମିକତା ପାଇଥିବା ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ହାତକୁ ନିଆଯିବ। ଉନ୍ନତ ଭିତ୍ତିଭୂମି ସୃଷ୍ଟି, ଜୀବିକାକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ସମୁଦାୟର ସାମଗ୍ରିକ ଜୀବନଧାରଣର ମାନରେ ଉନ୍ନତି ଆଣିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *