ଦପଲା ଟିଓଏମଇ ବିଦ୍ୟାଳୟ ରେ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ପାଳିତ l
ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ସଦର ଟିଓଏମଇ ବିଦ୍ୟାଳୟ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 149ତମ ଜୟନ୍ତୀ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦେଇ ଛାତ୍ରଛାତ୍ରୀ ଙ୍କୁ ଗୋପବନ୍ଧୁ ଙ୍କ ଜୀବନୀ ବିଷୟରେ କହିଥିଲେ |ବିଦ୍ୟାଳୟ ର ସହକାରୀ ଶିକ୍ଷକ ନୀଳାମ୍ବର ଭୋଇ, ସିଦ୍ଧେଶ୍ୱର କର୍ଣ୍ଣ, ରାମଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଗୋପବନ୍ଧୁ ଙ୍କ ସମାଜସେବା ଓ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା ବିଷୟରେ ଛାତ୍ରଛାତ୍ରୀ ଙ୍କୁ କହିଥିଲେ l ଏହା ପରେ ଛାତ୍ରଛାତ୍ରୀ ଗୋପବନ୍ଧୁ ଙ୍କୁ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
