ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ
ଓଡିଶାରେ ୨୯.୧୦.୧୯୯୯ ମସିହା ମହାବାତ୍ୟାରେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା। ସେହି ମହାବାତ୍ୟାରେ ମଧ୍ୟ ୧୦୦୦୦ ଜୀବନ ହାନି ହୋଇଥିଲା । ସେହି ଅମୂଲ୍ୟ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓ ଆଗାମୀ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତି କରିବା ଉଦ୍ଦେଶ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ପାଳନ କରାଯାଇଅଛି ।
ପ୍ରତି ବର୍ଷ ପରି ଚଳିତ ବର୍ଷ , ମାଲକାନଗିରି ଜିଲ୍ଲାରେ ଜିଲ୍ଲା ସ୍ତରରେ ଏବଂ ସମସ୍ତ ପଞ୍ଚାଯତ ସମିତି, ପୌର ପରିଷଦ ଓ ବିଜ୍ଞାନପିତ ଅଞ୍ଚଳ ପରିଷଦ ସ୍ତରରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ହୋଇଯାଇଛି। ଏହି ପାଳନ ଅବସରରେ ସର୍ବସାଧାରଣଙ୍କୁ ସଚେତନ କରାଇ ଆଗାମୀ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଓ ପ୍ରସ୍ତୁତି କୁ ସୁଦୃଢୀକରଣ କରିବା ପାଇଁ ପ୍ରୟାସ କରଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଗତକାଲି ତ। ୨୮.୧୦.୨୦୨୪ ରିଖ ରେ ଜିଲ୍ଲା ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗୀତା ହୋଇଯାଇଛି । ଏହି ପ୍ରତିଯୋଗୀତା ପାଇଁ ବିଷୟ ବସ୍ତୁ “ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା” ରଖାଯାଇଥିଲା। ଆଜି ତା :୨୯.୧୦.୨୦୨୪ ମହାବାତ୍ୟା ର ୨୫ ବର୍ଷ ପୂର୍ତ୍ତି ଅବସରରେ ସକାଳ ୭ ଘଟିକା ୩୦ ମିନିଟ ସମୟରେ ଏକ ଛୋଟ ଦୌଡ ପ୍ରତିଯୋଗୀତା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ ମାଲକାନଗିରି ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଦିବସ ପାଳନ ଉପଲକ୍ଷେ କରାଯାଇଛି। ତତ ପରେ ଏକ ଜିଲ୍ଲା ଆପଦା ମିତ୍ର ଓ ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ ମାଲକାନଗିରି ପର୍ଯ୍ୟନ୍ତ କରାଯାଇଛି। ପରେ ପରେ ଏକ ମଙ୍କଡ୍ରିଲର ଆୟୋଜନ ମାଲକାନଗିରି ଅଗ୍ନିଶମ ଓ ଆପଦା ମିତ୍ର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ କରଯାଇଥିଲା ।
ଏହି ଅଭ୍ୟାସରେ ବିଭିନ୍ନ ଉପକରଣ ମାନଙ୍କର ସୁପରିଚାଳନା ବିଷୟରେ ଅବଗତି କରାଇ କେମିତି ତାହାର ବ୍ୟବହାର ବିପର୍ଯ୍ୟୟ ସମୟରେ ହୋଇପାରିବ ପ୍ରଦର୍ଶନ କରଯାଇଥିଲା । ଏହି କାର୍ଯ୍ଯକ୍ରମ ଅତିତିକ୍ତ ଜିଲ୍ଲାପାଳଙ୍କ ଶ୍ରୀ ବେଦବର ପ୍ରଧାନ ଅଧ୍ୟକ୍ଷତାରେ ଅନ୍ୟାନ୍ନ ପଦଧିକାରୀ ଯଥା ଶ୍ରୀ ସଂଜୀବ କୁଲୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଖେଳ ଅଧିକାରୀ (ସ୍ପୋର୍ଟ୍ସ), ଜିଲ୍ଲା ରେଡକ୍ରସ ସଂସ୍ଥା ର ସମ୍ପାଦକ ଇତ୍ୟାଦି ଙ୍କ ଉପସ୍ଥିତରେ କରଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଏକ ଭିଡିଓ କନଫରେନ୍ସ ଜରିଆରେ ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାଳନ କରଯାଇଥିଲା। ଜିଲ୍ଲାପାଳ ଶ୍ରୀ ଆଶୀଷ ଇଶ୍ଵର ପଟେଲ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଏଥିରେ ଯୋଗଦେଇଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ