October 28, 2026
Home » ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ଆଶ୍ରୟ ନେଲେ ତିନି ଶହରୁ ଉର୍ଦ୍ଧ ମତ୍ସ୍ୟଜୀବୀ

ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ଆଶ୍ରୟ ନେଲେ ତିନି ଶହରୁ ଉର୍ଦ୍ଧ ମତ୍ସ୍ୟଜୀବୀ

0
WhatsApp Image 2026-10-28 at 3.57.23 PM

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ପୋତାଶ୍ରୟରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ର ପ୍ରଦେଶର ତିନି ଶହରୁ ଉର୍ଦ୍ଧ ମତ୍ସ୍ୟଜୀବୀ । ଆନ୍ଧ୍ର ପ୍ରଦେଶରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଆସି ଥିବା ୩୦ ଗୋଟି ମାଛଧରା ବୋଟ ବଙ୍ଗୋପସାଗରକୁ ଆସିଥିଲେ । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ପଡିବା ସହିତ ସମୁଦ୍ରରେ ଉଚ୍ଚ ଜୁଆର ସହିତ ସମୁଦ୍ରର ଅନ୍ତସ୍ରୋତରେ ସମୁଦ୍ରରେ ରହିବା କଷ୍ଠ କର ହୋଇ ପଡିଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ମାଛଧରା ବୋଟ ଗୁଡିକ ପାରାଦୀପ ବନ୍ଦରର ସହାୟତା ଲୋଡିଥିଲେ । ପାରାଦୀପ ବନ୍ଦର କର୍ତୃପକ୍ଷ ଏହି ମାଛଧରା ବୋଟ ଗୁଡିକୁ ପାରାଦୀପ ବନ୍ଦରରେ ଆଶ୍ରୟ ଦେଇଛନ୍ତି । ଏହି ମାଛଧରା ବୋଟ୍ ଗୁଡିକ ପାରାଦୀପ ବନ୍ଦରର ଇକ୍ୟୁ-୧ ବର୍ଥରେ ସୁରକ୍ଷିତ ଭାବେ ବର୍ଥିଂ କରିଛନ୍ତି । ଏହି ବୋଟ ଗୁଡିକରେ ପ୍ରାୟ ୩୦୫ଜଣ ମତ୍ସ୍ୟଜୀବୀ ରହିଥିବା ସୂଚନା ମିଳିଛି । ପାଗରେ ଅନୁକୂଳ ହେଲେ ଏହି ମାଛଧରା ବୋଟ୍ ଗୁଡିକ ଫେରି ଯିବେ ବୋଲି ମତ୍ସଜୀବୀମାନେ କହିଛନ୍ତି । ପ୍ରକାଶଥାଉକି, ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତୃପକ୍ଷ ପାରାଦୀପ ବନ୍ଦରରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ ଗୁଡିକୁ ବନ୍ଦର ପୋତାଶ୍ରୟ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *