July 1, 2025
Home » ଦୁଇ ଦିନିଆ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ଉଦଯାବିତ

ଦୁଇ ଦିନିଆ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ଉଦଯାବିତ

0
WhatsApp Image 2024-10-31 at 4.15.22 PM

ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୁଲ୍ୟରେ ସଦର ମହକୁମାସ୍ଥିତ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଦୁଇଦିନିଆ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଇନ୍ଦିରା ପ୍ରଧାନ ଓ ବିରଷ୍ଠ ସାମ୍ବାଦିକ ରତ୍ନାକର ଦାସ ମଞ୍ଚାସୀନ ଥିଲେ।


ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରି ପାରିବେ ବୋଲି ବିଧାୟକ ଶ୍ରୀ ମାଡକାମୀ ଶିଶୁଙ୍କୁ ଅନୁପ୍ରାଣୀତ କରିଥିଲେ। ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରିବା ପାଇଁ ପିଲାଙ୍କୁ ସେ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୦ ଜଣ ଶିଶୁ ରାଜ୍ୟ ସ୍ତରରେ ଭାଗ ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିନରେ କାର୍ଯ୍ୟ କରୁଥିବା ମାଲକାନଗିରିର ପରିବର୍ତ୍ତନ ଶିଶୁ ଗୃହ, ଚିତ୍ରକୋଣ୍ଡାର ବନବାସୀ ଆଶ୍ରମ, କୋରୁକୁଣ୍ଡାର ନିଳାଞ୍ଚଳ ଆଦିବାସୀ ସେବାଶ୍ରମ ଓ ଖଇରପୁଟର ଜୟ ଚିଲ୍ଡରେନ୍ସ ହୋମର ୧୧୮ ଜଣ ଶିଶୁ ଏହି ଦୁଇ ଦିନିଆ ଶିବିରରେ ଯୋଗ ଦେଇଥିଲେ। ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍, ବକ୍ତୃତା, ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗୀତା କୃତିତ୍ୱ ହାସଲ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପ୍ରଧାନ, ଦିଲ୍ଲୀପ କୁମାର ପରିଚ୍ଛା, ରଞ୍ଜିତ, ସଞ୍ଜୟ ତୁରୁକ, ସୁଦେସ୍ନା ରାଉତ,ସତ୍ୟଜିତ ପଣ୍ଡା, ଗଙ୍ଗାଧର ଶବର, ସୁଶାୁନ୍ତ ସାହୁ, ଶିବ ନାୟକ, ଚକ୍ରପାଣି ସାହୁ, ଶ୍ୟାମ ସଗରିଆ ଓ ଜୟପ୍ରଭା ସିକଦାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ ଏବଂ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *