ସୋନପୁର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହିମା ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଖଲିଆପାଲି ଠାରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ କଳାହାଣ୍ଡି ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ସ୍ଵତନ୍ତ୍ର ଅତିଥି ଭାବରେ ନାଟ୍ୟ ଶ୍ରୀ ଗଦାଧର ବାରିକ , କଣ୍ଠଶିଳ୍ପୀ ଶତୃଘ୍ନ ଲୁହା , ସମ୍ମାନନୀୟ ଅତିଥି ରୂପେ ଖଲିଆପାଲି ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ର ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ମଠାଧୀଶ ବାବା ଅନ୍ତର୍ଯ୍ୟାମୀ ଦାସ ଯୋଗ ଦେଇଥିଲେ। ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପଦ୍ମନାଭ ପଣ୍ଡା ଅତିଥି ପରିଚୟ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉମାକାନ୍ତ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ, କରିଥିଲେ।ସହ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଫକୀର ଚରଣ ଭୋଇ ଓ କୃଷ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ବିଷୟ ରେ ସୂଚନା ପ୍ରଦାନ କରିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲୋକନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ସାଂସ୍କୃତିକ ପର୍ଯ୍ୟାୟରେ ଅତିଥି ରୁପେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ଅଞଲିନା ପ୍ରଧାନ ମୂଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ପ୍ରାକ୍ତନ ବି ଇ ଓ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲେ ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତ,ନାଚ, ଚିତ୍ର, ହସ୍ତକଳା, ତର୍କ, ବକୃତା, ପ୍ରବନ୍ଧ,ସୃଜନାତ୍ମକ ଲିଖନ, ହସ୍ତାକ୍ଷର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
