November 28, 2026
Home » ଇପିଏ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ବିୟୋଗ

ଇପିଏ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ବିୟୋଗ

0
WhatsApp Image 2026-11-03 at 2.11.22 PM

 

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଫଟୋ ଓ ସମ୍ବାଦ ସରବରାହ ସଂସ୍ଥା “ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି’ “ଇପିଏ ଉଇକ୍ଲି’, ୱେବ୍ ଆଣ୍ଡ ପୋର୍ଟାଲର ପରିଚାଳନା କମିଟିର ଅଧ୍ୟକ୍ଷ ବିଶ୍ୱନାଥ ପତି ଆଜି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପତି ଇପିଏ ପରିଚାଳନା ସମିତି ସହ ଜଡିତ ହୋଇ ଗଣମାଧ୍ୟମରେ କାର୍ଯ୍ୟ କରିବା ସହିତ ବହୁ ସଂଗଠନ ସହ ଜଡିତ ଥିଲେ। ବିଶେଷକରି କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ଆଦିବାସୀ, ଦଳିତ ବର୍ଗଙ୍କ ସମେତ ବହୁ ଅସହାୟ ଲୋକଙ୍କୁ ସହାୟତା ପୂର୍ବକ ସେବା ଯୋଗାଇବା ସହ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଅନୁଷ୍ଠାନରେ ସମ୍ପୃକ୍ତ ହୋଇ ସମାଜସେବା କ୍ଷେତ୍ରରେ ଅବଦାନ ରହିଛି। ଏପରିକି ଜଣେ ସଚ୍ଚୋଟ ଓ ସ୍ପଷ୍ଟବାଦୀ ଭାବେ ସାଧାରଣରେ ବେଶ୍ ଆଦୃତ ଲାଭ କରିଥିଲେ। ସ୍ୱର୍ଗତ ପତିଙ୍କ ଧର୍ମପତ୍ନୀ, ପୁଅ ଓ ଝିଅ ଅଛନ୍ତି। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଧାମରେ କରାଯିବା ସହ ପୁତ୍ର ନିକୁ ପତି ମୁଖାଗ୍ନ୍‌ି ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି।

 

Epa News

Leave a Reply

Your email address will not be published. Required fields are marked *