November 4, 2026
Home » ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

0
WhatsApp Image 2026-11-03 at 1.04.30 PM

 

ଭବାନୀପାଟଣା : ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ର ଛାତ୍ରୀଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ବ୍ରାହ୍ମଣ ସମାଜର ସଦସ୍ୟ ସଦସ୍ୟା ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିବା ସହ ଏକ ପ୍ରଧିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ର ଛାତ୍ରୀଙ୍କ ପ୍ରତି ପକ୍ଷପାତ ସୃଷ୍ଟିକାରୀ କାରି ଏହି ୟୁଜିସି ରେଗୁଲେଲେସନ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଏବଂ ସାମାଜିକ ସଦଭାବନା ରକ୍ଷା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ ।

ଏହା ସବର୍ଣ୍ଣ ସମାଜ ଛାତ୍ର ଛାତ୍ରୀଙ୍କ ପ୍ରତି ଅବିଚାର ତେଣୁ ଏହି କଳା ଆଇନ୍ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବ୍ରାହ୍ମଣ ସମାଜ କଳାହାଣ୍ଡି ଦାବି କରିଛି। ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟି ଉପ ସଭାପତି ଆଦିତ୍ୟ ମିଶ୍ର,ସମ୍ପାଦକ ଶେଷଦେବ ମିଶ୍ର, ସମାଜର ସଭ୍ୟ ବରିଷ୍ଠ ଓକିଲ ସନ୍ତୋଷ ପଣ୍ଡା, ନିହାର ରଞ୍ଜନ ମିଶ୍ର, ସମାଜର ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ଦାଶ, ଚକ୍ରଧର ଦାଶ , ସୁଦେଷ୍ଣା ପଣ୍ଡା, ଗୀତାଞ୍ଜଳି ବେହେରା, ଅର୍ଚ୍ଚନା ମିଶ୍ର, ସବିତା ଶତପଥୀ, ଶଶାଙ୍କ ଦାଶ, ସନ୍ତୋଷ ଦାଶ, ଉମା ଶଙ୍କର ମୁଣ୍ଡ, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *