ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ :ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ପିଏମ୍ ଶ୍ରୀ ଯୋଜନା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଓ ଭାସ୍କର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଆଦର୍ଶ ଛାୟା ସଂସଦର ଉଦଘାଟନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଛାୟା ସଂସଦ କାର୍ଯ୍ୟକ୍ରମର ଶପଥ ପାଠ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଆଦିକୁ ଅତିଥିମାନେ ଉପଭୋଗ କରିଥିଲେ l ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଆଦର୍ଶ ସଂସଦର କୃତି ଛାତ୍ରଛାତ୍ରୀ ମାନଙ୍କୁ ଦିଲ୍ଲୀ ସଂସଦ ଭବନ ପରିଭ୍ରମଣରେ ନେବାକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସନ୍ଦେଶ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ସରୋଜ କୁମାର ପ୍ରଧାନ ଉକ୍ତ ଆଦର୍ଶ ସଂସଦର କୃତି ଛାତ୍ରଛାତ୍ରୀଙ୍କ ସହ ଦିଲ୍ଲୀ ଯିବେ ବୋଲି ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବଢ଼ିଗାଁ, ପି ଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟା, ପି ଏମ ଶ୍ରୀ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସରସରା ଓ ପି ଏମ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଡିବାହାଲର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଦହ୍ୟା ଓ ସରସରା ଉଚ୍ଚ ବିଦ୍ୟାଳୟ ତରଫରୁ ସଂସଦର ମୋଡେଲ ପ୍ରଦର୍ଶନ କରାଯାଇଥିଲା l କଣ୍ଟାମାଳ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ସମୀର କୁମାର ମେହେର ଓ ବାଉଁସୁଣୀ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଦୀପ କୁମାର ଭୋକ୍ତା ବିଚାରକ ଭାବରେ ଉପସ୍ଥିତ ହୋଇ ପ୍ରତିଯୋଗିତାର ବିଚାର କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବରେ ବୌଦ୍ଧଗଡ ପୋୖର ପରିଷଦ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର ଓ ଶିକ୍ଷା ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ lପ୍ରଥମ ସ୍ଥାନ ଅଧିକାର କରିଥିବା ପି ଏମ ଶ୍ରୀ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସରସରା, ଦ୍ୱତୀୟ ସ୍ଥାନ ଦହ୍ୟା ଉଚ୍ଚ ବିଦ୍ୟାଳୟ ଏବଂ ତୃତୀୟ ସ୍ଥାନରେ ଥିବା ବଢ଼ିଗାଁ ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଠାରୁ ଦହ୍ୟା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଶ୍ଵମୟୀ ଡାଙ୍ଗ ଏବଂ ସରସରା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ବେହେରା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ସଂଯୋଜନା କରିଥିଲେ l ଏହି ସୁନ୍ଦର ଆଦର୍ଶ ସାଂସଦ କାର୍ଯ୍ୟକ୍ରମ ସମସ୍ତ ଦର୍ଶକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
