November 13, 2026
Home » ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ଏବଂ ଭୀମଭୋଇଙ୍କ ନାମରେ ଭିନ୍ନକ୍ଷମ ଅନୁଷ୍ଠାନର ନାମ ପରିବର୍ତ୍ତନ ସକାଶେ ସ୍ମାରକ ପତ୍ର l

ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ଏବଂ ଭୀମଭୋଇଙ୍କ ନାମରେ ଭିନ୍ନକ୍ଷମ ଅନୁଷ୍ଠାନର ନାମ ପରିବର୍ତ୍ତନ ସକାଶେ ସ୍ମାରକ ପତ୍ର l

0
WhatsApp Image 2026-11-13 at 1.02.49 PM

 

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଗଡଜାତରେ ପ୍ରଜାମଣ୍ଡଳ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମୀମାନେ ରାଜୁଡା ଶାସନ ତଥା ଇଂରେଜ ଶାସନ ବିରୁଦ୍ଧରେ ଲଢେଇ କରି ଅକଥନୀୟ ଅତ୍ୟାଚାର ସହ୍ୟ କରିଥିଲେ I ଏକଦା ସେମାନଙ୍କ ମଧ୍ୟରୁ ନଅଜଣଙ୍କୁ ମହାନଦୀ ନିକଟସ୍ଥ ଦିଲବାହାଲପୁର ପକ୍କାଘରେ ଦୀର୍ଘ ଦୁଇ ବର୍ଷକାଳ ବନ୍ଦୀକରି ରଖା ଯାଇଥିଲା ଯେଉଁମାନଙ୍କୁ ସ୍ବାଧୀନତା ସଂଗ୍ରାମର ନବରତ୍ନ ବୋଲି କୁହାଯାଏ I ସେମାନେ ହେଲେ ସୁଖା ଗ୍ରାମର ଚତୁର୍ଭୁଜ ମିଶ୍ର, ଦାସରଥି ପ୍ରସାଦ ରଥ , ଦାମୋଦର ରଥ, ବିନିକାର ନନ୍ଦଲାଲ ସେଠୀ, ସୁବର୍ଣ୍ଣପୁରର ସତ୍ୟାନନ୍ଦ ହୋତା, ଧନବନ୍ତ ମଲ୍ଲିକ, କଳାପଥର ଗ୍ରାମର ଲକ୍ଷ୍ମଣ ଶତପଥି, ରାମଚନ୍ଦ୍ର ଶତପଥି ଓ ମୋହନ ମିଶ୍ର I ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରକ୍ଷା ନିମନ୍ତେ କିଛି କରାଯାଇ ନାହିଁ I ତେଣୁ ଉକ୍ତ ପରିତ୍ୟକ୍ତ ପକ୍କାଘରକୁ ସ୍ମାରକୀ ଭାବରେ ଗ୍ରହଣ କରିବା ପାଇଁ ଦାବି କରାଯାଇଛି I ଅପରପକ୍ଷରେ ସନ୍ଥକବି ମହାଯୋଗୀ ଭୀମଭୋଇ ତାଙ୍କ ଜୀବଦ୍ଦଶାରେ କୌଣସି ପ୍ରକାରେ ଭିନ୍ନକ୍ଷମ ନ ଥିଲେ l ତେଣୁ କୌଣସି ଅନୁଷ୍ଠାନର ନାମକରଣ ଭୀମଭୋଇଙ୍କ ନାମରେ ନ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶୀଷ ସିଂହଙ୍କ ଜରିଆରେ ଦୁଇଟି ସ୍ମାରକ ପତ୍ର ଦିଆଯାଇଛି I ସ୍ମାରକ ପତ୍ର ପ୍ରଦାନ ବେଳେ ସନ୍ଥକବି ଚନ୍ଦ୍ରମଣି ଦାସ ଓ ଭୀମଭୋଇ ସ୍କୃତି ଟ୍ରଷ୍ଟର ସଭାପତି ଗୋରେଖନାଥ ସାହୁ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟୀ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ , ଉପ ସଭାପତି ଆର୍ତ୍ତତ୍ରାଣ ବାବୁ , ସଂପାଦକ ଯୁଗଳ କିଶୋର ମିଶ୍ର ଓ ସଭ୍ୟ ଦୀତିକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *