November 15, 2026
Home » ଗଣିଆରେ ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ

ଗଣିଆରେ ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ

0
WhatsApp Image 2026-11-15 at 1.50.46 PM

 

ଗଣିଆ : ନଭେମ୍ବର ୧୪ ଚାଚା ନେହୁରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଗଣିଆ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ମନ୍ଦିର, ମହାନଦୀ ପବ୍ଲିକ ସ୍କୁଲ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ,ଆରସି ସାମନ୍ତରାୟ ମହାବିଦ୍ୟାଳୟ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଛାତ୍ର ଛାତ୍ରୀ ମାନେ ଚାଚା ନେହୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନେ ନିଜକୁ ବିଭିନ୍ନ ବେଶରେ ସଜ୍ଜାଇ ଗ୍ରାମ ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିସରରେ ଫ୍ୟାନସି ଡ୍ରେସ୍ , ଡିବେଟ୍ , କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ଶିଶୁ ଦିବସ ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ରତ୍ନାକର ମହାପାତ୍ର, ନନ୍ଦିନୀ ଗୁରୁ,ମାମି ମହାରଣା,ସ୍ବପ୍ନାଦୀପା ମହାରଣା, ଲକ୍ଷ୍ମୀଧର ନାୟକ, ଶ୍ୟାମସୁନ୍ଦର ପୃଷ୍ଟି,ମମି ମହାରଣା,ଗଣେଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଶିଶୁ ଦିବସ ମହା ଆନନ୍ଦରେ ପାଳିତ ହୋଇଯାଇଛି । ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର,ବିଦ୍ୟାଳୟର ସମ୍ପାଦକ ପଙ୍କଜ କୁମାର ସାହୁ, ଅଧ୍ୟକ୍ଷା ସ୍ନେହଲତା ମିଶ୍ରଙ୍କ ସମେତ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ତିନୋଟି ବିଭାଗରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିସରକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଥିଲା ।

Leave a Reply

Your email address will not be published. Required fields are marked *