କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ।
ପାରାଦ୍ୱୀପ:- ଜାତୀୟ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଭୋଟ ବଞ୍ଚାଅ ଓ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷୀରେ ନଭେମ୍ବର ୧୫ ତାରିଖ ଦିନ ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ୮ ନମ୍ବର ୱାର୍ଡରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ କଂଗ୍ରେସ ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ପ୍ରତି ଦେଶବ୍ୟାପୀ ସାଧାରଣ ଭୋଟର ମାନଙ୍କୁ ସେମାନଙ୍କ ରାଜନୈତିକ ଅଧିକାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ବିଜେପି ସରକାର କିପରି ବେଆଇନ ଭାବେ ସାଧାରଣ ଭୋଟର ମାନଙ୍କ ନାମ କାଟି ଦେଉଛି ଏବଂ ଲୋକଙ୍କୁ ଭୋଟ ଅଧିକାରରୁ ବଞ୍ଚିତ କରୁଛି ସେ ସମ୍ପର୍କରେ ତଥ୍ୟଗତ ପ୍ରମାଣ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ଭୋଟ ଦେବା ଅଧିକାର ବଞ୍ଚାଇ ରଖିବା ପାଇଁ ସଚେତନ କରିଥିଲେ। ବିଶେଷକରି ଏସ ଆଇ ଆର ଅଭିଯାନରେ କିପରି ନିଜ ନିଜ ଭୋଟ ଅଧିକାର ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିଲେ।ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର କିପରି ଶାସକ ଦଳର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ ଏବଂ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ନେତା ନିରଞ୍ଜନ ନାୟକ, ପାରାଦ୍ୱୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ ,ତ୍ରିନାଥ ମହାନ୍ତି, ଅନିଲି ନାୟକ,ପ୍ରସନ୍ନଜିତ ମାଇତି, କୃପାସିନ୍ଧୁ ଦାସ, ଧରିତ୍ରୀ ସାମଲ, ସସ୍ମିତା ମହାନ୍ତି, ଜ୍ୟୋତ୍ସ୍ନା ବାହାଦୂର ପ୍ରମୁଖ ଯୋଗ ଦେଇ ଚୌପାଲ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ବୈଠକରେ ପାରାଦ୍ୱୀପ ପୌରପାଳିକାର ଶତାଧିକ କର୍ମୀ ଯୋଗ ଦେଇଥିଲେ।
