November 21, 2026
Home » ଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l

ଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l

0
WhatsApp Image 2026-11-21 at 1.44.08 PM

ସୁବର୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ ଘୋଡାଧାର ସ୍କୁଲ ସମ୍ମୁଖରେ ଶୁକ୍ରବାର ଦିନ ପ୍ରାୟ 10..30 ମିନିଟ ସମୟରେ ଦ୍ରୁତଗାମୀ ଟ୍ରକ ଅଙ୍ଗନୱାଡି କର୍ମୀ ଗାୟତ୍ରୀ ପୂଜାହାରୀ ଙ୍କୁ ଧକ୍କା ଦେଇଥିଲା l ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ସେ କିଛିଦୂର ରାସ୍ତାରୁ ଛିଟିକି ପଡ଼ିଥିଲେ । ପ୍ରତ୍ୟେକ ଦିନ ଭଳି ସ୍କୁଲ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଥିଲା l ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଅଙ୍ଗନଓ୍ଵାଡି କର୍ମୀ ଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ l ସେଠାରେ ଡ଼ାକ୍ତର ଗାୟତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ । ପରେ ବିନିକା ଥାନା ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଦେଶରେ ମହାଦେବପାଲି ଫାଣ୍ଡି ଅଧିକାରୀ ଆନନ୍ଦ ନାଏକ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ କରୁଥିବା ଆଇଆଇସି କିଡୋ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ମରଶରୀରକୁ ସୋନପୁର ସ୍ଥିତ ଗୋକର୍ଣ୍ଣେଶ୍ୱରପଡା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିଥିଲେ । ବଡୁପୁଅ ହଂସରାଜ ରଥ ମୁଖାଗ୍ନି ଦେଇଥିବା ବେଳେ ସ୍ବାମୀ କରୁଣାକର ରଥ,ଭାଇ ବିକ୍ରମ ପୂଜାହାରୀ ତଥା ପରିବାରର ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ମୃତା ଅଙ୍ଗନୱାଡି କର୍ମୀ ଡିଉଟି ପାଇଁ ଆସୁଥିବା ବେଳେ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି l ତେଣୁ ତାଙ୍କର ପରିବାର କୁ ସରକାର ଙ୍କ ତରଫରୁ ସରକାରୀ ସହାୟତା ଦେବା ପାଇଁ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *