November 21, 2026
Home » ବେସାହାରା ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ କାନ୍ଧରେ ଟେକି ନେଲେ ଆଶା ଦିଦି

ବେସାହାରା ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ କାନ୍ଧରେ ଟେକି ନେଲେ ଆଶା ଦିଦି

0
Screenshot 2026-11-21 144925

ବାତ୍ୟା ଅକଓ୍ବାନ ଭିତରେ ଦେଖିବାକୁ ମିଳିଛି ମାନବିକତାର ସୁନ୍ଦର ଦୃଶ୍ୟ। ବେସାହାରା ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ କାନ୍ଧରେ ଟେକି ନେଲେ ଆଶା ଦିଦି। ପୁରୀ ଭଟ୍ଟ ଜାଗା ତ୍ରୀଦେବ ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବାତ୍ୟା ଅକଓ୍ବାନ କୁ ଦୃଷ୍ଟିରେ ରଖି ସମସ୍ତେ ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ, ଜଣେ ବେସାହାରା ବୃଦ୍ଧା ଘରେ ଏକା ରହି ଯାଇଥିଲେ। ଚାଲିପାରୁ ନ ଥିଲେ। କେହି ନ ଥିଲେ ତାଙ୍କୁ ନେବାକୁ। ଆଉ ସେତିକିବେଳେ ଦେବଦୂତ ସାଜି ଆସିଲେ ଆଶା ଦିଦି ବନିତା ବେହେରା। ନିଜ କାନ୍ଧରେ ବୃଦ୍ଧାଙ୍କୁ ଟେକି ନେଲେ ନିଜ ଘରକୁ। ଘର ଭିତରୁ ବୃଦ୍ଧାଙ୍କୁ କାନ୍ଧରେ ଟେକି ବାହାରକୁ ଆଣିଥିଲେ ବନିତା ଦିଦି। ବୃଦ୍ଧା ମା’ଙ୍କୁ ଜାବୁଡ଼ି ଧରି ସୁରକ୍ଷିତ ଭାବେ ନିଜ ଘରକୁ ନେଇ ଯାଉଛନ୍ତି। କାରଣ ସେହି ଅଞ୍ଚଳରେ ନାଁ ଅଛି କ୍ଲବ ଘର ନାଁ ଅଛି ବାତ୍ୟା ଆଶ୍ରୟସ୍ଥଳୀ। ଏଣୁ ବୃଦ୍ଧା ଙ୍କୁ ନିଜ ଘରକୁ ନେଇ ସୁରକ୍ଷିତ ଭାବେ ରଖିଛନ୍ତି ଆଶା ଦିଦି। ଆଶା ଦିଦି ବନିତା ବେହେରାଙ୍କ ଏହି ମାନବିକତା ଏବେ ସମସ୍ତଙ୍କ ମନ ଜିଣି ନେଇଛି। ବାତ୍ୟା ଅକଓ୍ବାନ ସମୟରେ ଯେତେବେଳେ ସମସ୍ତେ ନିଜ ଜୀବନ ବଞ୍ଚାଇବାରେ ବ୍ୟସ୍ତ, ସେତେବେଳେ ବନିତା ଦିଦି ବେସାହାରା ମା’ଙ୍କ ପାଇଁ ନିଜ କାନ୍ଧ ଦେଇ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *