ମଙ୍ଗଳସୂତ୍ର ବନ୍ଧକ ରଖି ସ୍ୱାମୀ ଙ୍କୁ ହତ୍ୟା ଘଟଣା
ସ୍ବାମୀ ହନ୍ତା ସ୍ତ୍ରୀ ଜେଲ ଯିବା ପରେ ଉତ୍କଳ ବାଳାଶ୍ରମରେ ୨ ନାବାଳକ ସନ୍ତାନ l
ସୁବର୍ଣ୍ଣପୁର:-ମଙ୍ଗଳସୂତ୍ର ବନ୍ଧକ ରଖି ଦୁଇ ପ୍ରେମିକ ଙ୍କ ସହାୟତା ରେ ନିଜ ସ୍ୱାମୀ ସୁଦାମ ନାଗ ଙ୍କୁ ହତ୍ୟା କରିଥିବା ସ୍ତ୍ରୀ କବିତା ନାଗ ଜେଲ ଯାଇଛନ୍ତି l ଏଥିସହ ହତ୍ୟା ଷଡ଼ଯନ୍ତ୍ରରେ ପତ୍ନୀ କବିତା ନାଗ ଙ୍କ ସହ ଦୁଇ ପ୍ରେମିକ ମଧ୍ୟ ଜେଲ ଯାଇଛନ୍ତି। ଫଳରେ ବର୍ତ୍ତମାନ ତାଙ୍କ ୧୪ ବର୍ଷର ଝିଅ ଓ ୧୧ ବର୍ଷର ପୁଅ ନିଃସହାୟ ହୋଇପଡ଼ିଛନ୍ତି। ଉଭୟଙ୍କୁ ବର୍ତ୍ତମାନ ସୋନପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଥିବା ଜଣାଯାଇଛି। ସ୍ବାମୀ ସୁଦାମ ନାଗଙ୍କ ହତ୍ୟା ଷଡ଼ଯନ୍ତ୍ରରେ ପତ୍ନୀ କବିତା ନାଗ ଦୁଇ ପ୍ରେମିକଙ୍କ ସହ ଜେଲ ଯାଇଛନ୍ତି।ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରୁ ସୂଚନା ପାଇ ଜିଲ୍ଲା ‘ଚାଇଲ୍ଡ୍ ହେଲ୍ପ୍ ଲାଇନ୍’ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି।‘ଚାଇଲ୍ଡ୍ ହେଲ୍ପ୍ ଲାଇନ୍’ ଡିପିସି ସୁଜିତ ମିଶ୍ର, କାଉନସେଲର ସୁଧିର ଦାଶ, ରାମପୁର ଥାନା ଆଇଆଇସି ବିନୋଦିନୀ ବରିହା ଓ ଡୁଙ୍ଗୁରିପାଲି ଥାନା ଆଇଆଇସି ରୋଜାଲିନ ପଟେଲ ମୃତ ସୁଦାମ ନାଗ ଙ୍କ ଘରକୁ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ଘରୁ ଗୋଟିଏ ସୁନା ନେକଲେସ, ଚାରିଟି ଚୁଡ଼ି, ଦୁଇଟି କାନ ରିଙ୍ଗ, ୩ଟି କାନଫୁଲ, ଗୋଟିଏ ଲକେଟ ସହିତ ବିଭିନ୍ନ ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏଥି ସହିତ ନଗଦ ୯୯ ହଜାର ୪୦୦ ଟଙ୍କା, ଚାରିଟି ବୀମା ବଣ୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ମିଳିଛି। ସେଗୁଡ଼ିକ ସହିତ ଉଭୟଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି। ଉଭୟଙ୍କୁ ବର୍ତ୍ତମାନ ସୋନପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଥିବା ଜଣାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
