କୁଚିଣ୍ଡା ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ
କୁଚିଣ୍ଡା(ସମ୍ବଲପୁର ଗଗନ ଶର୍ମା) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ‘ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା’ ସୋମବାର ଦିନ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଟିକାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସରିତା ସରୋନିଆ ସଭାପତିତ୍ୱ କରିଥିଲେ। ଏଥିରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।


ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ବିଡିଓ ଜୟନ୍ତ ସାହୁ, ଏନଏସି ଇଓ ମନୋରଞ୍ଜନ ସୁନା,ଜିଲ୍ଲା ପରିଷଦ ସଭ୍ୟ (ଜୋନ୍-୧) ଅଜିତ ମହାପାତ୍ର, ଏସ ଏମ ସି ଚେୟାରମ୍ୟାନ ଚନ୍ଦ୍ରଭାନୁ ସାହୁ,ଏବିଇଓ ବିନୋଦ ବିହାରୀ ସାହୁ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ବେରିହା ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଅପରାହ୍ନ ୩ ଘଟିକାରେ ଅନୁଷ୍ଠିତ ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ବିଇଓ ସରିତା ସରୋନିଆ ସଭାପତିତ୍ୱ କରିଥିବା ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟ ରାଜ କିସାନ ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ମନ୍ତ୍ରୀ ପ୍ରତିନିଧି ସୁଶୀଲ କୁମାର କର, ରାଜ୍ୟ ଗ୍ରାମ୍ୟ ଉ ଚିପିଲିମା ଆରଆରଟିଟିଏସ୍ର ଅବସରପ୍ରାପ୍ତ ପ୍ରଫେସର ଭୀମସେନ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଉପରେ ଆଲୋକପାତ କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଲକ୍ଷ୍ମଣ ଭୋଇ ଏବଂ ଏବିଇଓ ବିନୋଦ ବିହାରୀ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୧୭ କ୍ଲଷ୍ଟର ର ୧୩୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ୧୯୭ ଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ସୁଶୀଲ ମହାକୁଳ ପରିଚାଳନା କରିଥିବା ସମୟରେ କମଲ ଲୋଚନ ବେହେରା, ଏସ ଆର ସି ନବୀନ ସାହୁ ସମେତ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଗାଇଡ଼ ଶିକ୍ଷକ ଯୋଗ ଦେଇଥିଲେ. ଏହି ବିଜ୍ଞାନ ମେଳା ରେ ଉତ୍କୃଷ୍ଟ ପଦର୍ଶନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଥିଲା।
