ସୋନପୁର ମାଟିର ସୁନାପୁଅ ଅର୍ମାନ୍ ମଲ୍ଲିକଙ୍କ ବଡ଼ ସଫଳତା
ରାଜ୍ୟର ୧୬ ବର୍ଷରୁ କମ୍ କ୍ରିକେଟ ଦଳରେ ସ୍ଥାନ ପାଇ ଜିଲ୍ଲା ପାଇଁ ଆଣିଲେ ଗୌରବ l
ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ସହରର ଘୋଡ଼ାଘାଟପଡ଼ା ନିବାସୀ ଅକ୍ଷୟ ମଲ୍ଲିକଙ୍କ ସୁପୁତ୍ର ଅର୍ମାନ ମଲ୍ଲିକ ଚଳିତ ବର୍ଷର ସମ୍ମାନଜନକ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି (Vijay Merchant Trophy) ପାଇଁ ଓଡ଼ିଶା ୧୬ ବର୍ଷରୁ କମ୍ (Under-16) ରାଜ୍ୟ କ୍ରିକେଟ ଦଳରେ ମନୋନୀତ ହୋଇଛନ୍ତି।ଅର୍ମାନଙ୍କର ଏହି ଐତିହାସିକ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ନିଷ୍ଠା, କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ବଳରେ ଜଣେ ମଫସଲ ସହରର ଖେଳାଳି ଯେ ରାଜ୍ୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି, ଅର୍ମାନ୍ ଆଜି ତାହା ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କର ଏହି ଚୟନ ଜିଲ୍ଲାର ଶହ ଶହ ଉଦୀୟମାନ କ୍ରିକେଟରଙ୍କ ମନରେ ନୂଆ ଆଶା ଓ ପ୍ରେରଣା ଜାଗ୍ରତ କରିଛି।ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସୋନପୁର କ୍ରିକେଟ ଆସୋସିଏସନର ସଭାପତି ରାମ ଶଙ୍କର ସାହୁ ଏବଂ ସମ୍ପାଦକ ପ୍ରଦୀପ ସେଠୀଙ୍କ ସମେତ ଜିଲ୍ଲାର ବରିଷ୍ଠ କ୍ରୀଡ଼ାବିତ୍, କ୍ରିକେଟ ପ୍ରେମୀ ଓ ଶୁଭେଚ୍ଛୁ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।ଆଗାମୀ ଟୁର୍ଣ୍ଣାମେଣ୍ଟରେ ଅର୍ମାନ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ତଥା ସୁବର୍ଣ୍ଣପୁରର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
