February 21, 2026
Home » ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2024-11-04 at 1.22.53 PM

ବୌଦ୍ଧ — ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲସାଗୋରା ଠାରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ପାଳିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ର ଜିଲ୍ଲା ସଂଯୋଜକ ଡକ୍ଟର ମନୋରଞ୍ଜନ ଘଡେଇ ଯୋଗଦାନ କରି ସ୍ବେଚ୍ଛାସେବୀ ମାନଙ୍କୁ ଯୋଜନା ରେ ସାମିଲ କରାଇଲେ । ବିଭିନ୍ନ ସୁଫଳ , ସାମାଜିକ, ମାନସିକ,ଶୈକ୍ଷିକ ବିକାଶ ହେବା ସଙ୍ଗେ ସଙ୍ଗେ ଦେଶ ଓ ଜାତିର ହିତ ସାଧନ ହେବା ମର୍ମରେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସେବା ଯୋଜନା ଅଧିକାରୀଣୀ ସୁଶ୍ରୀ ପ୍ରଜ୍ଞା ପରମିତା ମିଶ୍ର ପରିଚାଳନା କରିଥିଲାବେଳେ କ୍ରୀଡା ଶିକ୍ଷକ ତଥା (ଯୁବ ରେଡକ୍ରସ୍ କାଉନସିଲର) ଶ୍ରୀ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ସ୍ବେଚ୍ଛାସେବୀ ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *