ଛାଡଖାଇ ପାଇଁ ମାଛ ମାର୍କେଟରେ ପ୍ରବଳ ଭିଡ
ପୁରୀ: ଆଜି ଛାଡଖାଇ ଅବସରରେ ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ମାଛ ମାର୍କେଟରେ ଆମିଷ କିଣିବା ପାଇଁ ଗ୍ରାହକ ମାନଙ୍କର ପ୍ରବଳ ଭିଡ ଲାଗିରହିଥିଲା, ପୁନ୍ୟ ମାସ କାର୍ତ୍ତିକ ମାସରେ ଲୋକମାନେ ହବିଷ କରି ଆମିଷ ଭୋଜନ ତ୍ୟାଗ କରିଥିଲେ ଆଜି ଛାଡଖାଇ ବୁଧବାର ପଡ଼ିଥିବାରୁ ଆମିଷ ଛାଡିଥିବା ଲୋକମାନଙ୍କର ମଧ୍ୟରେ ଆନନ୍ଦ ଉଲ୍ଲାସର ଭାବ ଦେଖିବାକୁ ମିଳିଥିଲା।

ଆମିଷ ଦର ବୃଦ୍ଧି ପାଇଥିଲେ ମଧ୍ୟ ଖାଉଟି ମାନଙ୍କ ଉପରେ ତାର କୌଣସି ପ୍ରଭାବ ପଡ଼ିନଥିବାର ଦେଖାଯାଇଥିଲା। ସେହିପରି ମଟନ୍,ଚିକେନ ଓ ସାମୁଦ୍ରିକ ମାଛ ମାର୍କେଟରେ ମଧ୍ୟ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
