November 29, 2026
Home » କଳାପଥର ଠାରେ ଜାତୀୟ ଡୁମାଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

କଳାପଥର ଠାରେ ଜାତୀୟ ଡୁମାଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0
WhatsApp Image 2026-11-29 at 3.15.00 PM

 

ସୁବର୍ଣ୍ଣପୁର: ଆସନ୍ତା ଡିସେମ୍ବର ୨୦ ତାରିଖରେ ନୂଆଦିଲ୍ଲୀଠାରେ ମହାସମାରୋହରେ ପାଳିତ ହେବାକୁ ଥିବା ଦଶମ ଜାତୀୟ ଡୁମାଳ ଦିବସର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲ୍ଲାର କଳାପଥର ସ୍ଥିତ ମା’ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ସର୍ବପ୍ରଥମେ ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କ ପୀଠରେ ମନ୍ଦିର ଦେହେରୀ ଆଶିଷ କର୍ମୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା।
ମା’ ମାହେଶ୍ୱରୀ ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ହରିଶଙ୍କର ବେହେରାଙ୍କ ଆହ୍ୱାନକ୍ରମେ ତଥା ମୁଖ୍ୟ ସଂଯୋଜକ ଶ୍ରୀ କୃତ୍ତିବାସ ପଲିଆ ଓ ସହ-ସଂଯୋଜକ ଶ୍ରୀ ସମ୍ବିତ ମହାକୁରଙ୍କ ସଂଯୋଜନାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଡୁମାଳ ପରିଷଦ, ଓଡ଼ିଶାର ପ୍ରତିଷ୍ଠାତା ଉପସଭାପତି ଶ୍ରୀ ପାଣ୍ଡବ କର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ପ୍ରତିଷ୍ଠାତା ସଭାପତି ଶ୍ରୀ ଦେବାର୍ଚ୍ଚନ ଚାଉଳିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।


ପ୍ରାରମ୍ଭରେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ କୃତ୍ତିବାସ ପଲିଆ ସଭାର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ଧାରଣା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ହରିଶଙ୍କର ବେହେରା ଦଶମ ଜାତୀୟ ଡୁମାଳ ଦିବସର ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ଆଲୋଚନାରେ ମୁର୍ଷୁଣ୍ଡି କେନ୍ଦ୍ର ସଭାପତି ଶ୍ରୀ ଦୟାସାଗର ମେଣ୍ଡିଲି, ହରଡ଼ଖୋଲ କେନ୍ଦ୍ର ସଭାପତି ଶ୍ରୀ ହୃଷୀକେଶ ପ୍ରଧାନ ଓ ସମ୍ପାଦକ ଶ୍ରୀ ମୋହନ କର୍ମୀ, ସକ୍ରିୟ ସଦସ୍ୟ ଶ୍ରୀ ଉପେନ୍ଦ୍ର ଶଙ୍ଖୁଆ, ଶ୍ରୀ ଶମ୍ଭୁ ମହାକୁଡ଼, ଡୁମୁରି କେନ୍ଦ୍ର ସଭାପତି ଶ୍ରୀ ଶଙ୍କର୍ଷଣ ଛନ୍ଦ, କେଞ୍ଜିରିଆପାଲି କେନ୍ଦ୍ର ସମ୍ପାଦକ ଶ୍ରୀ ପ୍ରେମାନନ୍ଦ ପ୍ରଧାନ, ପଳାସ କେନ୍ଦ୍ରର ପୂର୍ବତନ ସମ୍ପାଦକ ଶ୍ରୀ ବାସୁଦେବ କର୍ମୀ, ଯୁବ ସଂଗଠକ ଶ୍ରୀ ହୀରା ମହାକୁର, ଶ୍ରୀ ଚୈତନ୍ୟ କର୍ଣ୍ଣ, ଶ୍ରୀ ଠାକୁର ଚାଉଳିଆ, ଶ୍ରୀ ମୋତିଲାଲ ଡାଙ୍ଗ, ଶ୍ରୀ ନିତ୍ୟାନନ୍ଦ କର୍ମୀ, ଶ୍ରୀ ଶାଶ୍ୱତ ମହାକୁରଙ୍କ ସମେତ ଉପଦେଷ୍ଟା ଶ୍ରୀ ଚିତ୍ତରଞ୍ଜନ ଗର୍ତ୍ତିଆ, ଶ୍ରୀ ତ୍ରିପୁରାରୀ ମହାକୁର, ଶ୍ରୀ ଗୋବିନ୍ଦ ପ୍ରଧାନ, ଶ୍ରୀ ମାଗୁଣି କର୍ଣ୍ଣ ଓ ଶ୍ରୀ ଶାନ୍ତନୁ ପ୍ରଧାନ ଯୋଗଦେଇଥିଲେ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଯୁବ ସଂଗଠକ ଶ୍ରୀ ଠାକୁର ଚାଉଳିଆ, ଶ୍ରୀ ପ୍ରକାଶ ମହାକୁର, ଶ୍ରୀ ପ୍ରଣୟ ମହାକୁର, ଶ୍ରୀ ଭୀଷ୍ମ ଦନ୍ତା ଓ ଶ୍ରୀ ସତ୍ୟପ୍ରିୟ ବଘାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ, ସାଂଗଠନିକ ଦାୟିତ୍ୱ ଓ ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।ଜାତୀୟ ଡୁମାଳ ଦିବସର ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ଦାୟିତ୍ୱ ସହ-ସଂଯୋଜକ ଶ୍ରୀ ସମ୍ବିତ ମହାକୁରଙ୍କୁ ଅର୍ପଣ କରାଯାଇଥିଲା। ଶେଷରେ କଳାପଥର କେନ୍ଦ୍ର ପକ୍ଷରୁ ଶ୍ରୀ ସମ୍ବିତ ମହାକୁର ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *