November 29, 2026
Home » ନିର୍ମାଣ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲର ନୂଆ କୀର୍ତ୍ତିମାନ

ନିର୍ମାଣ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲର ନୂଆ କୀର୍ତ୍ତିମାନ

0
WhatsApp Image 2026-11-28 at 8.50.05 PM

ଭାରତର ସବୁଠାରୁ ଚଉଡ଼ା ୧୬୫୦ ମିମି ‘ଜିନ୍ଦଲ ପାନ୍ଥର କୋଟେଡ ଷ୍ଟିଲ’ ଉନ୍ମୋଚିତ

​ଭୁବନେଶ୍ୱର, : ଆଧୁନିକ ନିର୍ମାଣ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିନ୍ଦଲ ଷ୍ଟିଲ ପକ୍ଷରୁ ଆଜି ‘ରଙ୍ଗୋତ୍ସବ’ କାର୍ଯ୍ୟକ୍ରମରେ ‘ଜିନ୍ଦଲ ପାନ୍ଥର କୋଟେଡ ଷ୍ଟିଲ’ ଉନ୍ମୋଚନ କରାଯାଇଛି। ଏହା ମାଧ୍ୟମରେ କମ୍ପାନୀ ଭାରତର ସବୁଠାରୁ ଚଉଡ଼ା ୧୬୫୦ ମିମି କୋଟେଡ ଷ୍ଟିଲ ବଜାରକୁ ଆଣି ନିଜର ଲୋକପ୍ରିୟ ‘ଜିନ୍ଦଲ ପାନ୍ଥର’ ବ୍ରାଣ୍ଡର ପରିସରକୁ ଆହୁରି ସମ୍ପ୍ରସାରଣ କରିଛି।
​ଡିଷ୍ଟ୍ରିବ୍ୟୁଟର, ଟ୍ରେଡ ପାର୍ଟନର ଏବଂ ଗ୍ରାହକମାନଙ୍କୁ ଯୋଡ଼ୁଥିବା ଜିନ୍ଦଲ ଷ୍ଟିଲର ସ୍ୱତନ୍ତ୍ର ମଞ୍ଚ ‘ରଙ୍ଗୋତ୍ସବ’ ଭୁବନେଶ୍ୱରରେ ଶିଳ୍ପ ଜଗତକୁ ଏକାଠି କରିଛି। ଏହି ମଞ୍ଚ ଜରିଆରେ ଦେଶରେ ନିର୍ମାଣ କ୍ଷେତ୍ରର ବଦଳୁଥିବା ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କୋଟେଡ ଷ୍ଟିଲ ସମାଧାନର ଏକ ନୂଆ ଶ୍ରେଣୀ ଉପସ୍ଥାପନ କରାଯାଇଛି।
​’ଜିନ୍ଦଲ ପାନ୍ଥର କୋଟେଡ ଷ୍ଟିଲ’ ବ୍ରାଣ୍ଡ ଅଧୀନରେ ଏଣିକି କଲର-କୋଟେଡ କଏଲ, ବେୟାର ମେଟାଲିକ ଷ୍ଟିଲ ଏବଂ ନିର୍ମାଣ ସମ୍ବନ୍ଧୀୟ ସ୍ୱତନ୍ତ୍ର ଉତ୍ପାଦ ଗୋଟିଏ ଛାତ ତଳେ ଉପଲବ୍ଧ ହେବ। ଛାତ (ରୁଫିଂ), କାନ୍ଥ ଆବରଣ (କ୍ଲାଡିଂ), କାରଖାନା, କାର୍ଯ୍ୟାଳୟ ଏବଂ ଘର ନିର୍ମାଣ ପାଇଁ ଉଦ୍ଦିଷ୍ଟ ଏହି ନୂଆ ଶ୍ରେଣୀ ଉନ୍ନତ ଡିଜାଇନ ଓ ଅଧିକ କଭରେଜ ଦେବା ସହ ଗ୍ରାହକଙ୍କୁ ନିଜ ଆବଶ୍ୟକତା ଓ ବଜେଟ ଅନୁଯାୟୀ ସଠିକ ଉତ୍ପାଦ ବାଛିବାର ସୁବିଧା ଦେବ।
​ଏହି ପୋର୍ଟଫୋଲିଓରେ କଲର କୋଟେଡ ଷ୍ଟିଲ କଏଲ (ପାନ୍ଥର ପ୍ରାଇମ କଲରପ୍ଲସ, ପାନ୍ଥର କଲରପ୍ରୋ ପ୍ଲସ, ପାନ୍ଥର କଲରପ୍ରୋ, ପାନ୍ଥର କଲରପ୍ରୋ କ୍ଲାସିକ), ବେୟାର ମେଟାଲିକ ଷ୍ଟିଲ (ପାନ୍ଥର ସିଲଭର ଟୋନ ପ୍ଲସ, ପାନ୍ଥର ସିଲଭର ଟୋନ, ପାନ୍ଥର ସିଲଭର ଟୋନ କ୍ଲାସିକ) ଏବଂ ବିଲ୍ଡିଂ ପ୍ରଡକ୍ଟସ (ପାନ୍ଥର ପ୍ରୋଫେକ୍ସ ପ୍ରୋଫାଇଲ୍ଡ ସିଟ ଓ ପାନ୍ଥର ଥର୍ମୋସୋନିକ ସାଣ୍ଡୱିଚ ପ୍ୟାନେଲ) ଅନ୍ତର୍ଭୁକ୍ତ ରହିଛି।
​ଜିନ୍ଦଲ ଷ୍ଟିଲର ମ୍ୟାନେଜିଂ ଡାଇରେକ୍ଟର ଭି. ଆର. ଶର୍ମା କହିଛନ୍ତି ଯେ ବଜାରରେ ‘ଜିନ୍ଦଲ ପାନ୍ଥର’ର ଏକ ସୁଦୃଢ଼ ପରିଚୟ ଓ ଗ୍ରାହକଙ୍କ ଗଭୀର ବିଶ୍ୱାସ ରହିଛି। ଭାରତର ସବୁଠାରୁ ଚଉଡ଼ା ୧୬୫୦ ମିମି କୋଟେଡ ଷ୍ଟିଲ ସହ ଏହି ବିଶ୍ୱାସକୁ ଆଧୁନିକ ନିର୍ମାଣ ଉତ୍ପାଦ ଓ ହାଇ-ଭ୍ୟାଲ୍ୟୁ ଡାଉନଷ୍ଟ୍ରିମ ଷ୍ଟିଲ ସମାଧାନ ପର୍ଯ୍ୟନ୍ତ ନିଆଯାଉଛି। ଏହା ଦ୍ୱାରା ଗ୍ରାହକ, ଆର୍କିଟେକ୍ଟ, ଫ୍ୟାବ୍ରିକେଟର ଏବଂ ଡିଲରମାନେ ସହଜରେ ଉତ୍ପାଦ ବାଛିପାରିବେ ଏବଂ ଦେଶର ଭିତ୍ତିଭୂମି, କାରଖାନା, କାର୍ଯ୍ୟାଳୟ ଓ ଗୃହ ନିର୍ମାଣର ଆବଶ୍ୟକତା ପୂରଣ ହୋଇପାରିବ।
​’ଜିନ୍ଦଲ ପାନ୍ଥର କୋଟେଡ ଷ୍ଟିଲ’କୁ ବଜାରରେ ଅଧିକ ସୁଦୃଢ଼ କରିବା ପାଇଁ କମ୍ପାନୀ ପକ୍ଷରୁ ଡିଲରମାନଙ୍କ ସହ ସମନ୍ୱୟ, ବିଭିନ୍ନ ସ୍ଥାନରେ ଉତ୍ପାଦ ପ୍ରଦର୍ଶନ, ଡିଜିଟାଲ ପ୍ରଚାର ଏବଂ ଗ୍ରାହକ ସଚେତନତା ଭଳି ସ୍ୱତନ୍ତ୍ର ମାର୍କେଟିଂ ଅଭିଯାନ ଚଳାଯିବ। ‘ମାଇନ-ଟୁ-ମେଟାଲ’ ମଡେଲରେ କାର୍ଯ୍ୟ କରୁଥିବା ଜିନ୍ଦଲ ଷ୍ଟିଲ ୧୨ ବିଲିୟନ ଡଲାରରୁ ଅଧିକ ନିବେଶ ସହ ଅନୁଗୁଳ, ରାୟଗଡ଼ ଓ ପତରାତୁରେ ଅତ୍ୟାଧୁନିକ ପ୍ଲାଣ୍ଟ ପରିଚାଳନା କରୁଛି।

Leave a Reply

Your email address will not be published. Required fields are marked *