November 29, 2026
Home » ବାରମ୍ବାର ଦୁର୍ଘଟଣା କରୁଥିବା ‘ମୋ ବସ’ ବିରୁଦ୍ଧରେ ଏତଲା ପରେ ଥାନାରେ ବସ୍‌ ଅଟକ

ବାରମ୍ବାର ଦୁର୍ଘଟଣା କରୁଥିବା ‘ମୋ ବସ’ ବିରୁଦ୍ଧରେ ଏତଲା ପରେ ଥାନାରେ ବସ୍‌ ଅଟକ

0
WhatsApp Image 2026-11-29 at 4.17.21 PM

 କେନ୍ଦୁଝର ସହରରେ ଅନେକ ଯାତ୍ରୀ ବିହୀନ ‘ମୋ ବସ’ ଯିବାଆସିବା କରୁଥିବା ଦେଖାଯାଉଛି। ପ୍ରାୟ ଫାଙ୍କା ଯାଉଥିବା ଏହି ଗାଡି କେବଳ କଲେଜ ରୋଡ଼ ରୁଟରେ କିଛି ଯାତ୍ରୀ ହେଉଛନ୍ତି ବାକି ସବୁ ପ୍ରାୟ ଫାଙ୍କା ଯାଉଛନ୍ତି। ତେବେ ମେଡିକାଲ ସେପାଖରୁ ପୁରୁଣା ସହର ଯାଉ ଥିବା ଏହି ବସ ଲାଗି ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅଣଓସାରିଆ ରାସ୍ତାରେ ବସ ଗଲା ବେଳେ ଟ୍ରାଫିକ ଜାମ ରହୁଛି। କିଛି ଦିନ ତଳେ ସରାସ ଗ୍ରାମର ରାସ୍ତାରେ ଦୁଇ ମୋ ବସ ଗାଡି ମୁହାଁମୁହିଁ ହୋଇଥିଲେ ରାସ୍ତା ଜାମ ହେଲା। ପୁଣି ଏହି ବସ ବଡ଼ଦାଣ୍ଡରେ ଏକ ପୋଷା କୁକୁର ମଡ଼େଇ ଦେଲା ତେବେ ପ୍ରତିବାଦ ହେବାରୁ ସେ କୁକୁର ଛଟପଟ ହେଉଥିବା ବେଳେ ଚିକିତ୍ସା କରିବ କହି ଗାଡ଼ିରେ ପୁରେଇ ନେଇ କୁଆଡେ ଫିଙ୍ଗି ଦେଇ ଟାଉନ ଥାନାରେ ମିଛରେ କୁକୁର ମାଲିକ ମାରପିଟ କହି ଏତଲା ଦେଇଥିଲା। ଫଳରେ କୁକୁର ମାଲିକ ଦମ୍ପତ୍ତିଙ୍କ ନାମରେ ମାମଲା ହୋଇଥିଲା ସେମାନେ ପରେ ଭିଡ଼ିଓ ଯୋଗାଡ଼ କରି ମୋ ବସ ନାମରେ କେସ କରିବେ କହିଛନ୍ତି। ପୁଣି ଅଟୋପର ବେହେରା ସାହି ସାମ୍ନାରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ମୋ ବସ ଛଢ଼େଇ ଦେବାରୁ ସେ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣା ସିରିଜର ସଦ୍ୟ ଶିକାର ହୋଇଛନ୍ତି ସାମ୍ବାଦିକ ସିଦ୍ଧେଶ୍ୱର ସାହୁ, ସୂଚନା ମିଳିଛି କି ଦୁଇ ଦିନ ତଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଏକ ମୋ ବସ ଆସି ତାଙ୍କ କାରକୁ ଧକ୍କା ଦେଇଥିଲା। ତେଣୁ ସେ ଏତଲା ଦେବାରୁ କେନ୍ଦୁଝର ଟାଉନ ଥାନା ପକ୍ଷରୁ ଏତଲା ଗ୍ରହଣ କରି ମାମଲା କରାଯାଇ ସେହି ବସକୁ ଅଟକ ରଖାଯାଇଛି। ତେବେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି କି ମୋ ବସକୁ ସରକାରୀ ଗାଡି ଭାବି ଲୋକେ କେସ ଦେବାକୁ ଡରୁଥିଲେ ଏହାର କର୍ମଚାରୀ ମାନେ ଦାଦାଗିରି କରୁଥିଲେ ହେଲେ ଏଥର ବସ ଅଟକ ରହିଲା ଆଉ ନିଶ୍ଚିତ ଦଣ୍ଡ ପାଇବ।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *