March 12, 2025
Home » ଅସହାୟ ବୃଦ୍ଧ ବୃଦ୍ଧା :: ପଲିଥିନ ତଳେ ବିତୁଛି ଜୀବନ l

ଅସହାୟ ବୃଦ୍ଧ ବୃଦ୍ଧା :: ପଲିଥିନ ତଳେ ବିତୁଛି ଜୀବନ l

0

ସୁବର୍ଣ୍ଣପୁର — ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଗରିବ ଅସହାୟ ଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି।ଗରିବ ଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି I ହେଲେ ଆଜିବି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରେ ଗରିବ ଅସହାୟ ପରିବାର ଅଛନ୍ତି ଯେଉଁମାନଙ୍କ ପାଖକୁ ଆଜିବି ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ । ଫଳରେ ଭଂଗା ଦଦରା ଘରେ ପଲିଥିନ ତଳେ ବୃଦ୍ଧ ବୃଦ୍ଧା ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଘର ବାହାର ଅବସ୍ଥା ଯେମିତି ଭିତର ଅବସ୍ଥା ତାଠୁ ଅଧିକ ଖରାପ ରହିଛି । ଘର ଭିତରେ ସୂର୍ଯ୍ୟ, ଚନ୍ଦ୍ର ଦିଶୁଛନ୍ତି । ଏହାରି ଭିତରେ ମଧ୍ୟ୍ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି ଦୁଇ ଅସହାୟ ବୃଦ୍ଧବୃଦ୍ଧା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଲି ଗ୍ରାମରେ I ଅସହାୟ ବୃଦ୍ଧ ସମାରୁ ଗୁରୁ ଜଣେ ଅସହାୟ ଅଟନ୍ତି I ଗୋଟିଏ ଭଙ୍ଗା ଘରେ ରୋଷେଇ, ଖାଇବା ଆଉ ଶୋଇବା ହୋଇ ଥାଏ । ଏତେ କଷ୍ଟରେ ମଧ୍ୟ୍ ଏହି ପରିବାର ରହୁଥିଲେବି ଆଜି ଯାଏଁ ତାଙ୍କ ପାଖରେ ପହଂଚି ପାରିନାହିଁ ସରକାରୀ ଯୋଜନାରେ ଘର ଖଣ୍ଡେ । ତାଙ୍କର ଏକମାତ୍ର ଘରବି ଗତ ବର୍ଷାରେ ଭାଂଗିଯିବାରୁ ଅତି ଦୟନୀୟ ଭାବେ ଘରେ ନିଜ ଦିବ୍ୟlଙ୍ଗ ସ୍ତ୍ରୀ ଙ୍କୁ ନେଇ ରହିବାକୁ ବାଧ୍ୟ ହେଉଛନ୍ତି ସମାରୁ ।ଜୀବନ ମରଣ ସମୟରେ ସମାରୁଙ୍କ ପୁଅ ଝିଅ ନାହିଁ l ପରିବାର କହିଲେ କେବଳ ସ୍ତ୍ରୀ କିନ୍ତୁ ଦିବ୍ୟାଙ୍ଗ l ଚାଲିପାରୁନାହାନ୍ତି କି କୌଣସି କାମ କରିପାରୁନାହାନ୍ତି l ତାଙ୍କ ପାଖରେ ଜମିବାଡି କିଛି ନାହିଁ I ବୟସ ବୃଦ୍ଧି ଯୋଗୁଁ କାମ କରିପାରୁନାହାନ୍ତି । କୌଣସି ପ୍ରକାରେ ପରିବାର ଚଳାଇ ନେଉଛନ୍ତି I ଘର ଖଣ୍ଡିଏ ନିର୍ମାଣ କରିବା ପାଇଁ ବଳ ନାହିଁ କି ପାଖରେ ଅର୍ଥ ନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଅନେକ ଥର ଦରଖାସ୍ତ କରିବାସହ ବିଭିନ୍ନ କାର୍ଯ୍ୟାଳୟ କୁ ଯାଇ ନିରାଶ ହୋଇଛନ୍ତି । ହେଲେ ଏଯାଏଁ ସରକାରୀ ଯୋଜନାରେ ତାଙ୍କ ପାଇଁ ଘର ଖଣ୍ଡିଏ ମିଳି ପାରିନାହିଁ । ଉଭୟେ ଆଜିବି ପଲିଥିନ ଢାଙ୍କି ଦୟନୀୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି I ସମାରୁ ଙ୍କ ପରିବାର କୁ ସରକାରୀ ଯୋଜନାରେ ସାମିଲ କରାଇ ବାସଗୃହ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି I ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମାରୁ ଙ୍କ ପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନା ଖଣ୍ଡେ ଯୋଗାଇ ଦିଆଯାଉ ବୋଲି ସାଧାରଣ ରେ ଦାବି ହେଉଛି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *