ବ୍ରହ୍ମପୁର, ୨୮/୭ : ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୨ ତ’ମ “ମନ କୀ ବାତ୍” କାର୍ଯ୍ୟକ୍ରମ ଅବସରରେ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ତିରିଶିଟି ୱାର୍ଡ଼ରେ ମଧ୍ୟ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ୱାର୍ଡ ନଂ ୩ ଅନ୍ତର୍ଗତ କାଳୁପାତ୍ର ସାହି ସ୍ଥିତ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ କର୍ପୋରେଟର ସବିତା ସାହୁଙ୍କ ଅଧ୍ୟକ୍ଷତାରେ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ଚିତ୍ତରଞ୍ଜନ ସାହୁ,ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ସମେତ ୱାର୍ଡ଼ର ଶତାଧିକ ଜନ ସାଧାରଣ ଯୋଗ ଦେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରେ କ୍ରୀଡା,ପୁରାତନ ଐତିହ,ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେଵା ବିଷୟରେରେ ଜନସାଧାରଣ ମାନେ “ମନ୍ କୀ ବାତ୍” ମାଧ୍ୟ୍ୟମରେ ଶୁଣିଥିଲେ ଏବଂ ଶେଷରେ ୱାର୍ଡବାସୀଙ୍କୁ କର୍ପୋରେଟର ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିଭଳି ଗାନ୍ଧୀନଗର ମଣ୍ଡଳ ଅନ୍ତର୍ଗତ ଚନ୍ଦ୍ରପ୍ରଭା ସାହି ଠାରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ନେତୃତ୍ୱରେ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ରାମନାଥ ଗନ୍ତାୟତ,ସମାଜସେବୀ ପ୍ରଦୀପ ନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଆଜି ବ୍ରହ୍ମପୁର ମହାନଗର ଅନ୍ତର୍ଗତ ୩୦ ନଂ ୱାର୍ଡ଼ରେ ୧୧୨ ତ’ମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଯୁବ ନେତା ସୁବ୍ରତ ପାଳଙ୍କ ନେତୃତ୍ବରେ ସ୍ଥାନୀୟ ନେହେରୁ ନଗର ୯ ଲେନ୍ ସ୍ଥିତ ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା, ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ । ସେହିଭଳି ବ୍ରହ୍ମପୁର ମହାନଗର ବିଭିନ୍ନ ୱାର୍ଡ଼ରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ପୂର୍ବତନ କର୍ପୋରେଟର ବଦ୍ରି ନାୟକ,ବିରେନ୍ ପଟ୍ଟନାୟକ,ଜଗଦୀଶ ରାଓ, ରାମ କୁମାର ପାତ୍ର,ପ୍ରଦୀପ ମିଶ୍ର,ମଦନ ସାହୁ,ସରୋଜ ପାତ୍ର,ଭାବଗ୍ରାହୀ ପାଳ,ଧର୍ମରାଜ ପାଣିଗ୍ରାହୀ,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ଏଲ୍ ଗୋପି,ମଦନ ମୋହନ ପାତ୍ର,କୁଞ୍ଜବିହାରୀ ପଣ୍ଡା,ପ୍ରଣୟ ମହାପାତ୍ର,ମୋନିତା ଦାସ,ଗୋପାଳ ରଥ,ଲକ୍ଷ୍ମୀ ନାରାୟଣ ପାତ୍ର,କେ.ସାଇ,ଆଶିଷ ଦାସ,କେ.ରବି ରାଓ,ଜି.ବିଜୟ ପାତ୍ର,ସରୋଜ ଦାସ,କାହ୍ନା ରାଓ,କମଲ୍ ପାତ୍ର,ଲୋକନାଥ କର ପ୍ରମୁଖ ନେତୃତ୍ବରେ ବିଭିନ୍ନ ୱାର୍ଡ଼ରେ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )