ନକଲି ଏସସି ହଟାଅ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର –ବହିରା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ନକଲି ଏସସି ହଟାଅ ପ୍ରସ୍ତୁତି ବୈଠକ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ତଥା ସଙ୍ଗଠନର ସହକାରୀ ସାଧାରଣ ସମ୍ପାଦକ କହ୍ନେଇ ବାଦୀ ଙ୍କ ଆବାହକତ୍ୱ ଏବଂ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଯୋଗଦେଇ ବୈଠକର ଲକ୍ଷ୍ୟ , ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଦୀର୍ଘ ସମୟ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବରେ ପ୍ରାୟ ୪୫ ବର୍ଷ ହେବ ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ମାନଙ୍କୁ ସଂପୂର୍ଣ୍ଣ ଭାବେ ବାଦ୍ ଦେବା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ଅଫିସ୍ ସମ୍ମୁଖରେ ଚଳିତ ନଭେମ୍ବର ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନିଆଁ ଆମରଣ ଅନଶନ ତଥା ଗଣଧାରଣା କାର୍ଯ୍ୟକ୍ରମରେ ୧୯ ତାରିଖ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲାରୁ ପ୍ରାୟ ଦୁଇ ଶହ ଅସ୍ପୃଶ୍ୟ ସମାଜ ର ସମାଜସେବୀ ଏବଂ ପ୍ରତିନିଧି ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଆଜକୁ ପ୍ରାୟ ୫୦ ଦିନ ହେବ କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକୀ ଙ୍କୁ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ପାଞ୍ଚ ଜଣ ପୋଲିସ୍ ଅଧିକାରୀ ଏଵଂ କର୍ମଚାରୀ ଅମାନୁଷିକ ଭାବରେ ଗୋଡ଼ାଇ ଗୋଡ଼ାଇ ପିଟି ମାରି ଦେଇଥିଲେ । ଅତି ପରିତାପର ବିଷୟ ରକ୍ଷକ ପରିବର୍ତ୍ତେ ଭକ୍ଷକ ସାଜିଥିବା ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ପୋଲିସ୍ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ହତ୍ୟାକାରୀ ତଥା ଅଭିଯୁକ୍ତ ଙ୍କୁ ଗିରଫ କରିନାହିଁ । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ ହତ୍ୟାକାରୀ ଙ୍କୁ ଗିରଫ ଦାବୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆସନ୍ତା ୨୨ ତାରିଖ ଦିନ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ସାକ୍ଷାତ୍ କରି ଆଲୋଚନା କରିବା ସହିତ ବୌଦ୍ଧ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନର ବରିଷ୍ଠ ଉପଦେଷ୍ଟା ଅନାଦୀ ବାଦୀ , ଉପ ସଭାପତି ବସନ୍ତ ଖୁରା , ମକରଧ୍ବଜ ମହାନନ୍ଦିଆ , ଦଶରଥ ବେହେରା , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦିକା ସେବତୀ ବେହେରା , କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମହାନନ୍ଦିଆ , ପ୍ରଜାପତି ଭବସାଗର , ଅନିରୁଦ୍ଧ ବେହେରା , ମହାଦେବ କଲତା , ବିଶ୍ୱଜିତ ହରିପାଲ , ଧରଣୀଧର ବିଭାର , ବିଶ୍ଵନାଥ ସୁନା , ଦେବଦତ୍ତ ସାଗର , ଅଁଲାପାଲି ପଞ୍ଚାୟତ ସଭାପତି ଜଗବନ୍ଧୁ ବାଦୀ , ଆମ୍ବଝରୀ ପଞ୍ଚାୟତ ର ବ୍ଲକ୍ ସଂଯୋଜକ ରସାନନ୍ଦ ହାତୀ , ଗୁନ୍ଦୁଳିଆ ପଞ୍ଚାୟତ ସଂଗଠନ ସଂପାଦକ ସଞ୍ଜୟ ଲୁହା , ହରଭଙ୍ଗା ପଞ୍ଚାୟତ ଉପ ସଭାପତି ଅଗସ୍ତି ନାଏକ , ଯୁବ ସମାଜସେବୀ ବରୁଣ ରାଜଦୀପ , ସଦାନନ୍ଦ କୁମ୍ଭାର , କମ୍ଭୁ କୁମ୍ଭୀର , ଦେବରାଜ କୁମ୍ଭାର , ଅଜିତ କୁମ୍ଭାର , ଚୌଧୁରୀ ବାଦୀ , ଆନନ୍ଦ ବଣ୍ଡକୀ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର