July 6, 2025
Home » ଆଇନ ସେବା ପ୍ରାଧୀକରଣର ଷ୍ଟଲ୍ ଉଦ୍ଘାଟନ

ଆଇନ ସେବା ପ୍ରାଧୀକରଣର ଷ୍ଟଲ୍ ଉଦ୍ଘାଟନ

0
WhatsApp Image 2024-11-15 at 4.53.36 PM

ଜଗତସିଂହପୁର: କଳିଙ୍ଗ ବାଲି ଯାତ୍ରା ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ପ୍ରଦର୍ଶିତ ଷ୍ଟଲ୍ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମାଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି I

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ ବି ଡି ଡି ଚନ୍ଦନା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ଵ ଭୂଷଣ ନାୟକ, ରୋସ୍ନିବାଳା ସେନାପତି, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, କୁଜଙ୍ଗ ଓକିଲ ସଂଘ ସମ୍ପାଦକ ଏ.ଏନ୍. ଡି ଯାଦବ ,ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜିବୀ ଅମୃତ ଦାସ, ସତ୍ୟାନନ୍ଦ ଦାସ, ସ୍ଵତନ୍ତ୍ର ସରକାରୀ ଓକିଲ ଦେବାଶିଷ କଣ୍ଠ, ଆଇନଜିବୀ କାର୍ତିକ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ମିଶ୍ର,ପାରା ଲିଗାଲ ସ୍ଵେଚ୍ଛାସେବୀ ଅଟଳ ଦାସ, ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I

କିପରି ନିଶୁଳ୍କ ଆଇନ ସହାୟତା ଯୋଗାଇ ଦିଆଯିବ ଏହି ବିଷୟରେ ସୂଚନାପତ୍ର ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ଅତିଥିମାନେ ସଚେତନ କରାଇଥିଲେ I

paradeep ru prasant das nka report

Leave a Reply

Your email address will not be published. Required fields are marked *