November 21, 2024
Home » ଚଇତି ଲୋକ ମହୋତ୍ସବ ଓ ବିକାଶ ମେଳା – ୨୦୨୪ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଇତି ଲୋକ ମହୋତ୍ସବ ଓ ବିକାଶ ମେଳା – ୨୦୨୪ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ରାୟଗଡ଼ା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ଚଇତି ଲୋକ ମହୋତ୍ସବ ଓ ବିକାଶ ମେଳା – ୨୦୨୪ ଆୟୋଜନ ପାଇଁ ଗୁରୁବାର ଦିନ ୨୧/୧୧/୨୦୨୪ ତାରିଖ ଦିବା ୧୦.୩୦ ଘଟିକା ସମୟରେ ବିଜୁ ପଟ୍ଟନାୟକ ଅଡିଟୋରିୟମ, ରାୟଗଡ଼ ଠାରେ ଶାନ୍ତିଶୃଙ୍ଖଳା ସହ ବହୁତ ସୁନ୍ଦର ଭାବେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ପରୁଲ ପଟ୍ଟୱରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଡ଼ିସେମ୍ବର ୨୬,୨୭ଓ ୨୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଚଇତି ଲୋକ ମହୋତ୍ସବ-୨୦୨୪ ହେବା ସହ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ବିକାଶ ମେଳା – ୨୦୨୪ ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଥିଲା । ଉକ୍ତ ପାଞ୍ଚ ଦିନ ଧରି ଚଇତି ଲୋକ ମହୋତ୍ସବ ଓ ବିକାଶ ମେଳା – ୨୦୨୪ ମହୋତ୍ସବଟି ଜିସିଡି ହାଇସ୍କୁଲ ପଡିଆଠାରେ ହେବା । ଉଦଘାଟନୀ ଉତ୍ସବ ଡିସେମ୍ବର ପ୍ରଥମ ସପ୍ତାହରେ ପଦ୍ମପୁର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିର ଠାରୁ ପୁଜାର୍ଜନ ପରେ ପାରମ୍ପାରିକ ଭାବେ ଆରମ୍ଭ ହେବ ବୋଲି ଚଇତି ଲୋକ ମହୋତ୍ସବ ଓ ବିକାଶ ମେଳା – ୨୦୨୪ ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟ୍ଟୱରି ହେବା ନେଇ କହିଥିଲେ। ଏହା ପରେ ପ୍ରତି ଦିନ ବ୍ଲକ ସ୍ତରୀୟ ଚଇତି ହେବ। ମୁଖ୍ୟତଃ ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ପାରମ୍ପରିକ ଲୋକକଳାକୁ ଗୁରୁତ୍ଵ ଦିଆଯାଇ ଚଇତି ମଞ୍ଚ ମାଧ୍ୟମରେ ଆଦିବାସୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ କରାଯିବା ହିଁ ଚଇତି ପାଳିତ ହୋଇଆସୁଛି।


ଏହି ବୈଠକରେ ବିଶେଷ କରି ସ୍ଥାନୀୟ ଆଦିବାସୀ କଳା ସଂସ୍କୃତି,ସଭ୍ୟତା,ପରମ୍ପରାକୁ ପ୍ରାଧାନ୍ୟତା ଦେଇ ଚଇତି ଅତିସୁନ୍ଦର ଭାବେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ କରିବାକୁ ନେଇ ନିଷ୍ପତ୍ତି ନିଆଗଲା। ଆଜିର ପ୍ରସୂତି ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଥିବା ମଧ୍ୟରୁ …..ସବ୍ କମିଟିରେ ଯିଏ ବି ସଭାପତି,ଉପସଭାପତି, କନଭିନୋର୍ ଦାୟିତ୍ୱରେ ଅଛନ୍ତି ସେମାନେ ସଦସ୍ୟ ପାଇଁ ଇଛୁକ ବ୍ୟକ୍ତି ବିଶେଷ ତାଙ୍କ ନାମ ଦେଇପାରିବେ। ଚଇତିର ଉପଦେଷ୍ଠା ମଣ୍ଡଳୀ ବୈଠକର ନିଷ୍ପତି ପ୍ରକାରେ ବିଭିନ୍ନ ଉପସମିତି ମାନ ଗଠନ କରାଯାଇଛି । ପ୍ରତ୍ୟେକ ଉପାସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ପୃଥକ ପୃଥକ ଭାବରେ ବୈଠକ ଡାକି ନିଷ୍ପତି ନେବେ ଓ ବଜେଟ ପ୍ରସ୍ତୁତ କରିବେ ଚଇତି ସମ୍ବନ୍ଧୀୟ ପ୍ରତି ବିଷୟରେ ଟିକିନିଖି ସମସ୍ତଙ୍କୁ ସେର କରାଯିବ । ପାଞ୍ଚ ଦିନର ଚୈତିର ପ୍ରତି ଦିନର କାର୍ଯ୍ୟକ୍ରମର ଚେକ୍ ଲିଷ୍ଟ ପ୍ରଦାନ କରାଯିବ। ସ୍ଥାନୀୟ କଳାକାରଙ୍କୁ ଚଇତି ମଞ୍ଚରେ ପରିବେଷଣ ପାଇଁ ପ୍ରତିଦିନ ସୁଯୋଗ ଦିଆଯିବ। ସ୍ଥାନୀୟ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ଚଇତି ଗୀତ ଶୀଘ୍ର ଦେଲେ ବ୍ଲକ ଲେଭେଲ ଚଇତି ସମୟରେ ତାହା ଭିଡିଓ ସହ ପ୍ଲେ କରାଯିବ । ଇଡିତାଲ ଓ ଲାଞ୍ଜିଆ ସୌରାଙ୍କ ପେଇଣ୍ଟ କୁ ଗୁରୁତ୍ଵ ଦେଇ ଷ୍ଟେଜ ଡେକରେସନ ହେବ । ଚୈତାଳି ବହି ଉନ୍ମୋଚନ ଦିନ ହିଁ ସମସ୍ତଙ୍କୁ ପ୍ରଦାନ କରାଯିବ। ଦିବ୍ୟଙ୍ଗ ମାନଙ୍କୁ ପ୍ରବେଶ ଦ୍ଵାରରୁ ଭିତରକୁ ଭଲିଏଣ୍ଟର ମାନେ ୱିଲ ଚେୟାର ରେ ନେବା ବ୍ୟବସ୍ଥା ସହ ତାଙ୍କ ସକାଶେ ଏକ ସ୍ବତନ୍ତ୍ର ବସିବା ପାଇଁ ବ୍ୟବସ୍ଥା ରହିବ।ଏହି ପ୍ରସ୍ତାବ ଆସିଥିବାରୁ ହୃଦୟରୁ ଧନ୍ୟବାଦ୍ ଜଣାଇଲେ ଜିଲ୍ଲାପାଳ। ଚଇତି ସରିବା ପରେ ପଡିଆ ଓ ବିଦ୍ୟାଳୟ ଚଇତି ଆରମ୍ଭରୁ ଯେମିତି ଥିଲା ସେହି ସ୍ଥିତିରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।

ଉପରୋକ୍ତ ବିଷୟ ନେଇ ଜିଲ୍ଲାପାଳ ଆଜିର ବୈଠକରେ ନିଷ୍ପତି ନେଇଥିଲେ । ଏଥିସହ ଆସନ୍ତା ଏକ ଏବଂ ଦୁଇ ଦିନ ମଧ୍ୟରେ ଯଥାଶୀଘ୍ର ଉଦଘାଟନୀ ଦିବସର ତାରିଖ ପ୍ରଦାନ କରିବାକୁ ଜିଲ୍ଲାପାଳ ଗୁଣପୁର ଓ ରାୟଗଡ଼ା ବିଧାୟକଙ୍କୁ ଅନୁରୋଧ କରିଥିଲେ । ସେହି ଅନୁସାରେ ବ୍ଲକ ସ୍ତରୀୟ ଉତ୍ସବ ସଠିକ୍ ଭାବେ ସମାପନ ହୋଇପାରିବ ।
ହେଲେ ଚଳିତ ୨୦୨୪ ଚୈତି କ୍ରୀଡ଼ା କମିଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଧ୍ୟକ୍ଷା ପଦରୁ ଅହରି ଯାଇଥିବା ନେଇ ଘୋଷଣା କରିଥିଲେ । କାରଣ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବ୍ୟସ୍ତତା ଯୋଗୁଁ ହିଁ କେବଳ ବୋଲି ଏସପି କହିଥିଲେ। ଉପଜିଲ୍ଲାପାଳ ରାୟଗଡ଼ା ଏସପିଙ୍କ ସ୍ଥାନରେ ଅଧ୍ୟକ୍ଷା ଭାବେ ଦାୟିତ୍ଵ ତୁଲାଇବେ । ଅଧ୍ୟକ୍ଷଙ୍କ ସହ ଡିଡବ୍ଲୁଓ ଓ ଡିଏସଓ ରହିବେ ବୋଲି ନିଷ୍ପତି ହୋଇଥିଲା । ତେବେ ସମସ୍ତ ସବକମିଟିରେ ଅଧ୍ୟକ୍ଷ ଭାବେ ସରକାରୀ କର୍ମଚାରୀମାନେ ରହିଥିବା ବେଳେ ଜିଲ୍ଲାର ଆଗ୍ରହୀ ବ୍ୟକ୍ତିବିଶେଷ ଇଛୁକ କମିଟିରେ ସଦସ୍ୟ ଭାବରେ ଯୋଗଦାନ କରିବା ପାଇଁ ଇଛୁକ କମିଟିରେ ଅନୁଭୂତି ଅନୁଯାୟୀ ସଦସ୍ୟତା ପାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ ।
ଏହି ଅବସରରେ ଆଦିବାସୀ ସଂସ୍କୃତି ସଭ୍ୟତା ଅନୁଯାୟୀ ଚଇତି ୨୦୧୪ କୁ ସରସ ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗରେ ପାଳନ ନିମନ୍ତେ ସମସ୍ତ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ମଞ୍ଚାସିନ ଥିବା ମାନ୍ୟବର ଗୁଣୁପୁର ବିଧାୟକ୍ ଓ ରାୟଗଡ଼ା ବିଧାୟକ ଆହ୍ୱାନ କରିଥିଲେ l
ଉପଜିଲ୍ଲାପାଳ ରାୟଗଡ଼ା ୨୦୨୨-୨୩ ଓ ୨୩-୨୪ ର ଚଇତି ବଜେଟ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରୁ ଇଛୁକ ବ୍ୟକ୍ତି ଆଦାୟ କରିପାରିବେ ବୋଲି କହିଥିଲେ । ଗତ ୨୦୨୩ ଚଇତି ପାଇଁ ଅଡିଟ ରିପୋର୍ଟ ଅନୁସାରେ ସମୁଦାୟ ୮୧,୨୦,୧୧୭ ଟଙ୍କା ଖର୍ଚ୍ଚ ହୋଇଥିବା ମଧରୁ ୪୨୩୧୪ ଟଙ୍କା ବଳକା ଥିବା ନେଇ ଉପଜିଲ୍ଲାପାଳ ଶ୍ରୀମତୀ ସଂଘମିତ୍ରା ସୂଚିତ କରିଥିଲେ । କିନ୍ତୁ ରାୟଗଡ଼ା ବିଧାୟକ କଦ୍ରକ ଆପାଲୁସ୍ଵମି ବିଧାନସଭାରେ ଉକ୍ତ ଚଇତି ୨୦୨୩ ଖର୍ଚ୍ଚ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ଯାହା କି ଜିଲ୍ଲା ପ୍ରଶାସନର ହିସାବ ଅନୁସାରେ ପାଖାପାଖି ୧୦ ଲକ୍ଷ ଟଙ୍କା କମ୍ ଦେଖାଉଛି । ଏହା ବର୍ତ୍ତମାନ ପ୍ରଶାସନକୁ ଦ୍ବନ୍ଦରେ ପକାଇଥିବା ବେଳେ ବିଗତ ଚଇତି ୨୦୨୩ ବାବଦରେ ସାମ୍ବାଦିକଙ୍କୁ ଦିଆଯାଇଥିବା ବିଜ୍ଞାପନ ଟଙ୍କା ଆଜି ପର୍ଯ୍ୟନ୍ତ ପୈଠ ହୋଇ ନ ଥିବା ଅଭିଯୋଗ ହେବା ସହ ବିଗତଥର ଭଳି ଅବ୍ୟବସ୍ତା ଓ ପୋଲିସ ଦୁର୍ବ୍ୟବହାର ପୁନାରାବୃତି ନହେଉ ବୋଲି ସଭାରେ ଉପସ୍ତିତ ସାମ୍ବାଦିକ ,ବୁଦ୍ଧିଜିବୀ,ଜନସାଧାରଣ ଅନୁରୋଧ କରିଥିଲେ ।
ଚଳିତବର୍ଷ ଚଇତି ଲୋକ ମହୋତ୍ସବ ୨୦୨୪ ଶାନ୍ତି ଶୃଙ୍ଖଳା ଏବଂ ସୁନ୍ଦର ଭାବେ ପାଳିତ ସକାଶେ ଜିଲ୍ଲାପାଳ ଓ ପୋଲିସ ସମସ୍ତ ପ୍ରକାର ସୁବିଧା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତ ସୁବିଧା କରିବା ନେଇ ଆଲୋଚନା ହୋଇଥିଲା ।
ଆଜିର ପ୍ରସ୍ତୁତି ଚଈତି ୨୦୨୪ ବୈଠକରେ କୋରାପୁଟ ସାଂସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା ,ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ଅପ୍ପଳ ସ୍ୱାମୀ କଦ୍ରାକ, ମାନ୍ୟବର ଗୁଣୁପୁର ବିଧାୟକ, ସତ୍ୟଜିତ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲାପାଳ ପରୁଲ ପଟ୍ଟୱରି,ରାୟଗଡ଼ା ଏସପି ସ୍ଵାତୀ ଏସ କୁମାର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସହାତ, ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେବୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଡୁଡା ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ କଳାକାର, ଜିଲ୍ଲାସ୍ତରୀୟ ଅଧିକାରୀ, ଦିବ୍ୟଙ୍ଗ ସଂଘ ସଦସ୍ୟ ,ଗଣମାଧ୍ୟମ ପ୍ରତନିଧି ସମେତ ମୋଟ ୧୧୫ ଜଣ ଅ°ଶଗ୍ରହଣ କରିଥିଲେ ।

ରିପୋର୍ଟ:ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *