December 18, 2025
Home » ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

0
WhatsApp Image 2024-11-22 at 2.20.07 PM

ବନବାସୀ ସେବା ସମିତିର ସଭାପତି ଲାଲନନ୍ଧ ପ୍ରଧାନ ଓ ସଂପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ମଞାସୀନ ଥିଲେ। ଅତିଥି ମାନେ ବିଶ୍ଵନାଥ ପଟ୍ଟନାୟକ ଆଜ୍ଞା ଙ୍କୁ କରାପୁଟିଆ ଗାନ୍ଧୀ ଆଖ୍ୟା ଦେବା ସହ ଗାନ୍ଧୀଙ୍କ ଅବତାର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କ ହସ୍ତରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ସ୍ଥାପନ କରିଥିଲେ ବନବାସୀ ସେବା ସମିତି ଏଠାରେ ମୁକବଧିର ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭକରି ବହୁ ଗରିବ ନିରିହ ପରିବାର ପିଲାଛୁଆ ପାଠ ପଢିବା ସହ ରହିବା ସୁବିଧା ପାଇଁ ପାରିଛନ୍ତି ବିଶ୍ଵନାଥ ପଟ୍ଟନାୟକ ଆଜ୍ଞା ଙ୍କ ଗୁଣ ଗାରିମା ନିଜନିଜ ମନ୍ତବ୍ୟରେ ବଖାଣୀଥିଲେ।ଏହି ଅବସରରେ ଆଜ୍ଞା ଙ୍କ ଅତି ନିକଟତମ ତଥା ଦୀର୍ଘ ବର୍ଷ ହେଲାଣି ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ବାଗତ ସମ୍ବର୍ଦ୍ଧନା ପରିଚୟପ୍ରଦାନ କରିବା ସହ ବିବରଣୀ ପଠନ ଶୁଣାଇଥିଲେ

ଏହି ଅବସରରେ ବିଶ୍ଵନାଥ ସମ୍ମାନ ପୁରସ୍କାର ତିନି ଜଣଙ୍କୁ ପ୍ରଦାନ କରାଯାଇଥିଲା ମୋନନିତ ମାନଙ୍କ ମଧ୍ୟରେ ଡଃ ୟୁ ଗିରିଜା ପତି ଅଜୟ କୁମାର ଦାସ ଓ ସନ୍ଧ୍ୟାରାଣୀ ମଲ୍ଲିକ ଙ୍କୁ ପୁରସ୍କାର ପ୍ରଦାନ ସହ ପଚିଶ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା ମୋନନିତ ମାନଙ୍କ ମଧ୍ୟରୁ ଡଃ ୟୁ ଗିରିଜା ପତି ପଚିଶ ହଜାର ଟଙ୍କାର ଚେକ୍ ବନବାସୀ ସେବା ସମିତିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦାନା ଦେଇଦେଲେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ପୂର୍ବରୁ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏହା ସହ ମେଟ୍ରିକ୍ ପରିକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ବସୁନ୍ଧରା ମଲ୍ଲିକ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ଅନୁଷ୍ଠାନ ର କର୍ମକର୍ତ୍ତା ବିଶ୍ଵଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ

ପ୍ରମୋଦ କୁମାର ନାୟକ ଫୁଲବାଣୀ ଓ ମଧୁସ୍ମିତା ନାୟକ ବାଲିଗୁଡା ରିପୋର୍ଟ ଇ ପି ଏ

Leave a Reply

Your email address will not be published. Required fields are marked *